ବିଜେପି ନେତା ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆଜି ଝାରପଡା ଜେଲରୁ ବାହାରିଛନ୍ତି । ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ତାଙ୍କୁ ଏହି ଜାମିନ ମିଳିଥିଲା । ବିଏମ୍ସି ମହାନଗର ନିଗମର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ଜେଲରେ ଥିଲେ ଜଗନ୍ନାଥ । ଆଜି ସକାଳେ ଜାମିନ ମଞ୍ଜୁର ପରେ ସନ୍ଧ୍ୟାରେ ଜଗନ୍ନାଥ ପ୍ରଧାନ ଜେଲରୁ ବାହାରିଛନ୍ତି । ତେବେ ଜେଲରୁ ବାହାରିବା ପରେ ଦୀପ ଧୂପ ଓ ଫୁଲ ମାଳ ଦେଇ ଜଗାଙ୍କୁ ସ୍ୱାଗତ କରୁଛନ୍ତି ସମର୍ଥକ । ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଜେଲ୍ରୁ ବାହାରିଲା ପରେ ପ୍ରତିକ୍ରିୟା ରଖି ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ ବିରୋଧୀ ଷଡ଼ଯନ୍ତ୍ର ରଚିଥିଲା, OAS ସଂଘ ଏହାର ଶିକାର ହୋଇଥିଲା । କେହି ମୋହନ ସରକାରଙ୍କ ଜନମଙ୍ଗଳ କାର୍ଯ୍ୟକ୍ରମକୁ ବନ୍ଦ କରିପାରିବେନି । ଦଳ ସରକାରଙ୍କ ସହ ସର୍ବଦା ଦୃଢ଼ ଭାବେ ଛିଡ଼ା ହୋଇଛି ବୋଲି ସେ କହିଛନ୍ତି । ପରେ ସେ ବିଜେପି କାର୍ଯ୍ୟାଳୟକୁ ଯାଇ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି । Post navigation ଟିଏମ୍ସି ସାଂସଦ ମହୁଆ ମୈତ୍ର-ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁହାଁମୁହିଁ ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ସରକାର ପାଇଁ କାଳ ହେବ