ଦୀଘା ଜଗନ୍ନାଥ ବିବାଦ ପ୍ରସଙ୍ଗରେ ଆସିଲା ତଦନ୍ତ ରିପୋର୍ଟ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ବଳକା ଦାରୁରୁ ମୂର୍ତ୍ତି ତିଆରି ହେବା କଥା ପୁରା ମିଛ । ନିମ୍ବ କାଠରେ ତିଆରି ହୋଇଛି ମହାପ୍ରଭୁ । ପଶ୍ଚିମବଙ୍ଗ ସରକାର ଧାମ ଶବ୍ଦର ବ୍ୟବହାର କରିପାରିବେନାହିଁ । ଦରକାର ପଡ଼ିଲେ ଆମେ ଆଇନର ଆଶ୍ରୟ ନେବୁ । ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡ଼ିତ । ଅନ୍ୟ କୌଣସି ସ୍ଥାନକୁ ଧାମ କୁହାଯାଇ ପାରିବ ନାହିଁ । ସେହିପରି ଦୀଘା ବେଳାଭୂମିକୁ ମହୋଦଧି କହିବାକୁ ବିରୋଧ କରୁଛୁ । ଏ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବେ ରାଜ୍ୟ ସରକାର । ନ ମାନିଲେ ଆମେ ଆଇନର ଆଶ୍ରୟ ନେବୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବଳକା ଦାରୁ କାଠ ଯାଇକି ମୂର୍ତ୍ତି ତିଆରି ହୋଇଥିଲା ବୋଲି ଯେଉଁ କଥା ଆସିଥିଲା ତାହା ସମ୍ପୂର୍ଣ୍ଣ ମିଛ। ଦାରୁ ଘର ଭିତରେ କାଠ ରୁହେ । ୧୯୯୫-୯୬ରେ ସେତେବେଳର ସରକାରଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ଦଇତାପତି ନିଯୋଗ ଘରେ କିଛି କାଠ ଥିଲା। ସମସ୍ତ କାଠ ଦାରୁ ଘରକୁ ଆଣିବା ପାଇଁ ଏକ ୫ ଜଣିଆ କମିଟି ଗଠନ ହୋଇଛି। ସେବାୟତମାନେ ଗଣମାଧ୍ୟମକୁ ଆସି ପୂଜାବିଦ୍ଧି ବିଷୟରେ କହୁଛନ୍ତି। କେତେ ଦୂର କହିପାରିବେ ସେନେଇ ଖୁବଶୀଘ୍ର ମାର୍ଗଦର୍ଶିକା ଆସିବ। ଏହା ସହ ଦଇତାପତି ନିଯୋଗ ସଭାପତିଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଥିଲା ତାଙ୍କୁ ସମନ ଦିଆଯାଇଥିଲା। ସେ ଉତ୍ତର ରଖିଛନ୍ତି। ଭୁବନେଶ୍ଵରର ଜଣେ ସୁଦର୍ଶନ ମହାରଣାଙ୍କ ପାଖରୁ ଲିମ୍ଵ କାଠରେ ମହାପ୍ରଭୁଙ୍କୁ ମୂର୍ତ୍ତି ତିଆରି କରି ନେଇଥିଲେ। ଏନେଇ ମହାରଣା ସ୍ଵୀକାର ବି କରିଛନ୍ତି। Post navigation ଆଉ ୬ ଜିଲ୍ଲା ପାଇଁ ସଭାପତି ନାଁ ଘୋଷଣା କଲା ବିଜେଡି ବିଜେଡିର ବିଭିନ୍ନ ସେଲ୍ ପାଇଁ ବରିଷ୍ଠ ନେତାଙ୍କୁ ମିଳିଲା ଦାୟିତ୍ବ