ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର । ୬୦ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ସରକାର । ଏଥିପାଇଁ ଖୁବ୍ଶୀଘ୍ର ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା । ଏନେଇ ପଞ୍ଚାୟତ ସ୍ତରରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସମ୍ମତି ନେବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଏହି ଯୋଜନାରେ ୩୫ ହଜାର ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ପଞ୍ଚାୟତସ୍ତରରେ ହିତାଧିକାରୀ ଚୂଡ଼ାନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଯୋଗ୍ୟ; ରାଜ୍ୟରେ ଖୁବଶୀଘ୍ର ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା (SJDY) ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧୀନରେ ୬୦ ରୁ ୭୫ ବର୍ଷ ବୟସର ବରିଷ୍ଠ ନାଗରିକ ଏବଂ ୭୫ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳାମାନେ ବାର୍ଦ୍ଧକ୍ୟ ପେନସନ ଯୋଜନା ଏବଂ ବିଧବା ପେନସନ ଯୋଜନା ଅଧୀନରେ ସ୍ୱୟଂଚାଳିତ ଭାବରେ ଏହି ଯୋଜନାର ହିତାଧିକାରୀ ହେବେ । ତଥାପି ଏହି ଯୋଜନାରେ ଅଂଶଗ୍ରହଣ କରିବା ପାଇଁ ସମ୍ମତି ବାଧ୍ୟତାମୂଳକ। ଏ ନେଇ ୧୩ ଜାନୁଆରୀରେ ସମସ୍ତ ଜିଲ୍ଲାର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହିତ ଏକ ସଂକ୍ଷିପ୍ତ ଆଲୋଚନା ହୋଇସାରିଛି । ଏହି ଯୋଜନାର ଲାଭ ଉଠାଇବା ପାଇଁ ପେନସନ ବଣ୍ଟନ ଦିନ ଅର୍ଥାତ୍ ୧୫ ଜାନୁଆରୀ ଦିନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରତ୍ୟେକ ହିତାଧିକାରୀଙ୍କଠାରୁ ସେମାନଙ୍କ ସମ୍ମତି ପତ୍ର ସଂଗ୍ରହ କରାଯିବ । ଏହାକୁ ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ପର୍ଯ୍ୟଟନ ବିଭାଗରେ ଚିଠି ଜରିଆରେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି । ବୟସ, ଦୂରତା କିମ୍ବା ଆର୍ଥିକ ପ୍ରତିବନ୍ଧକ ଯେପରି ଭକ୍ତମାନଙ୍କୁ ପୁରୀର ଜଗନ୍ନାଥ ମନ୍ଦିର ଦର୍ଶନରେ ବାଧା ନଦିଏ, ତାହା ସୁନିଶ୍ଚିତ କରିବା ପାଇଁ, ରାଜ୍ୟ ସରକାର ଏକ ନୂତନ ଯୋଜନା – ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଘୋଷଣା କରିଛନ୍ତି । ଯାହା ଦ୍ୱାରା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବରିଷ୍ଠ ନାଗରିକ ଏବଂ ଓଡ଼ିଶାର ସମସ୍ତ ବୟସର ବିଧବାମାନଙ୍କୁ ଦ୍ୱାଦଶ ଶତାବ୍ଦୀର ମନ୍ଦିର ପରିଦର୍ଶନ କରିବାର ସେମାନଙ୍କର ଦୀର୍ଘକାଳୀନ ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରାଯାଇପାରିବ। ଏହି ଯୋଜନା ହିତାଧିକାରୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ସମୃଦ୍ଧି, ଭାବପ୍ରବଣ ସନ୍ତୋଷ ଏବଂ ସାମାଜିକ ସମନ୍ୱୟ ବୃଦ୍ଧି କରିବା ଦୃଷ୍ଟିରୁ ସଂଗଠିତ, ସୁରକ୍ଷିତ ଏବଂ ଆରାମଦାୟକ ତୀର୍ଥଯାତ୍ରା ସୁଯୋଗ ପ୍ରଦାନ କରେ। Post navigation MLA Salary Hike Bill: ପୁନଃବିଚାର ହୋଇପାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍: ଭାସ୍କର ମଢ଼େଇ Kotia Border Dispute: କୋଟିଆରେ ବେଆଇନ୍ ଅନୁପ୍ରବେଶ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ: ମନ୍ତ୍ରୀ