ସୁଧୁରିବନୀ ରାଜଧାନୀର ଟ୍ରାଫିକ୍ ସମସ୍ୟା । ବରମୁଣ୍ଡାରୁ ରସୁଲଗଡକୁ ଯିବାକୁ ଲାଗୁଛି ୨ ଘଣ୍ଟା । ରାସ୍ତା ଭିଡ଼ ଫଳରେ ରାସ୍ତା ମଝିରେ ଫଶି ରହୁଛି ଆମ୍ବୁଲାନ୍ସ ଓ ଭିଡ ଯୋଗୁ ଲୋକ ହେଉଛନ୍ତି କଲବଲ । ଦିନକୁ ଦିନ ରାଜଧାନୀରେ ଅସମ୍ଭାଳ ଭିଡ ହେଉଥିଲେ ମଧ୍ୟ ଟ୍ରାଫିକ୍ ବ୍ୟବସ୍ଥା ଏକ ପ୍ରକାର ଭୁଷୁଡିଯାଇଥିବା କହିଲେ ଅତ୍ୟୁକ୍ତ ହେବ ନାହିଁ । ବରମୁଣ୍ଡାରୁ ବାହାରିଲେ ରସୁଲଗଡରେ ପହଞ୍ଚିବାକୁ ହେଲେ ଲାଗୁଛି ଦୁଇ ଘଣ୍ଟାରୁ ଅଧିକ ସମୟ। ତାହା ପୂଣି ପହଞ୍ଚିବା ଅନେକ ସମୟରେ ବାଇକ୍ ଓ କାର ଚାଳକମାନେ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେବା ସହ କିଲିବିଲି ହୋଇପଢୁଛନ୍ତି । ବିରକ୍ତି ପ୍ରକାଶ କରିବା ସହ ଗୁରୁତର ରୋଗୀଙ୍କ ଅବସ୍ଥା ନକହିଲେ ଭଲ। ଘଣ୍ଟା ଘଣ୍ଟା ଧରି ଫଶି ରହୁଛି ଆମ୍ବୁଲାନ୍ତି।

ସୋମବାର ଦିନ ୧୫ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍ ସମସ୍ୟା ଟ୍ରାଫିକ୍ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସତେ ଯେଭଳି ଅନୁମାନ କରାଯାଉଛି ରାଜଧାନୀରେ ଟ୍ରାଫିକ୍ ପୁଲିସ ଆଉ କାର୍ଯ୍ୟ କରୁନାହାନ୍ତି । ଖାଲି ୧୬ ନମ୍ବର ଜାତୀୟ ରାଜପଥ ନୁହେଁ, ଡମଣା-ପଟିଆ ରାସ୍ତା କଥା ମଧ୍ୟ ନକହିଲେ ଭଲ । ଜୟଦେବ ବିହାରଠାରୁ କିଟ୍ ଛକରେ ପହଞ୍ଝାକୁ ମଧ୍ୟ ଦୁଇରୁ ଲାଗିବ ଅଢ଼େଇ ଘଣ୍ଟା । ଫଳରେ ବାଇକ୍ ଓ କାର ଚାଳକଙ୍କ ପାଇଁ ଯମ ଯନ୍ତ୍ରଣା ଭଳି ଅନୁଭବ ହେଉଛି ବିଶେଷ କରି ଜୟଦେବିହାରଠାରୁ କଳିଙ୍ଗ ହସ୍ପିଟାଲ ଛକ, ଢମଣା, ପଟିଆ ଓ କିଟ୍ ପର୍ଯ୍ୟନ୍ତ ଉଭୟ ପଟ ରାସ୍ତା ପ୍ରବଳ ଜାମ ଯୋଗୁଁ ଆମ୍ବୁଲାନ୍ସ ଗୁଡିକ ଘଣ୍ଟା ଘଣ୍ଟା ଧରି ଫଶି ରହୁଛନ୍ତି । ଟ୍ରାଫିକ୍ ପୁଲିସ ଥାଇ ନଥିବା ଭଳି ।

ସେହିଭଳି ରସୁଲଗଡର, ପଳାଶୁଣିଠାରୁ ଆରମ୍ଭ କରି ପାହାଳ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଦିନ ହେଉ କି ରାତି ଭିଡ ରହିବା ଫଳରେ ଲୋକମାନେ ନାହିଁ ଲମ୍ବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସନ୍ଧ୍ୟା ସମୟରେ ପ୍ରତ୍ୟେକ ଦିନ ୧୬ ନମ୍ବର ଜାତୀୟ ରାଜପଥରେ ଭିଡ ହେଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ ନ କରିବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ଖାଲି ସେତିକି ନୁହେଁ, ଟ୍ରାଫିକ୍ ଡିସିପି ରାଜଧାନୀରେ ନଥୁବା ଭଳି ଅନୁମାନ କରାଯାଉଛି ।

ଟ୍ରାଫିକ୍ ପୁଲିସ ଖାଲି ହେଲମେଟ୍ ଚେକିଂ କରିବାରେ ଲାଗିଥିବାବେଳେ ଟ୍ରାଫିକ୍ ଅବସ୍ଥା ଏବେ ନେଡିଗୁଡ କହୁଣୀକୁ ବୋହିବା ଭଳି ରାଜଧାନୀରେ ହେଲାଣି। ଆଗକୁ ଏହି ସମସ୍ୟା ବଢ଼ି ବଢ଼ି ଚାଲିବା ଏକ ପ୍ରକାର ନିଶ୍ଚିତ । ଫଳରେ ଗାଡି ଚାଳକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ଘନିଭୂତ ହୋଇ ଆଗାମୀ ଦିନରେ ବିସ୍ଫୋରଣର ରୂପ ଧାରଣ କରିବା ଏକପ୍ରକାର ନିଶ୍ଚିତ ।

Leave a Reply

Your email address will not be published. Required fields are marked *