ପୁଣି ଇତିହାସ ରଚିଲା ଇସ୍ରୋ । ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣ ସହ ଶତକ ହାସଲ କରିଛି ଇସ୍ରୋ। ଉତ୍କ୍ଷେପଣ ହେଲା ନାଭିଗେସନ ସାଟେଲାଇଟ୍ NVS-02 ।ଶ୍ରୀହରିକୋଟାରୁ ସକାଳ ୬ଟା ୨୩ ମିନିଟରେ ସଫଳ ଉତ୍କ୍ଷେପଣ କରି ଇତିହାସ ରଚିଲା ଇସ୍ରୋ । ଶ୍ରୀହରିକୋଟାରୁ ଜିଏସଏଲଭି ରକେଟ ମାଧ୍ୟମରେ ଏହାକୁ ମହାକାଶକୁ ପଠାଯାଇଛି । ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ନ୍ୟାଭିଗେସନ ସାଟେଲାଇଟ୍ NVS-02 ଲଂଚ କରି ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ନାଭିକ ହେଉଛି ଭାରତର ରିଜିଓନାଲ ନାଭିଗେସନ ସାଟେଲାଟ୍ ସିଷ୍ଟମ । ଏହା ଆମେରିକାର ଜିପିଏସ୍ ଭଳି କାର୍ଯ୍ୟ କରେ। ନାବିକ୍ ସିଷ୍ଟମ ପାଇଁ ଏହି ସାଟେଲାଇଟକୁ ମହାକାଶରେ ଅବସ୍ଥାପିତ କରାଯିବ। ନାଭିକ ହେଉଛି ଭାରତର ରିଜିଓନାଲ ନାଭିଗେସନ ସାଟେଲାଟ୍ ସିଷ୍ଟମ। ଇସ୍ରୋ ଏକ୍ସରେ GSLV-F15 / NVS-02 ର ସଫଳ ଉତ୍କ୍ଷେପଣ ବିଷୟରେ ସୂଚନା ଦେଇଛି। ମିଶନ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। GSLV-F15 ଉପଗ୍ରହ NVS-02କୁ ଜିଓସିଙ୍କ୍ରୋନାସ ଟ୍ରାନ୍ସଫର କକ୍ଷପଥରେ ସ୍ଥାପନ କରିବ। ଏହା ଭାରତରେ GPS ଭଳି ନାଭିଗେସନ ସୁବିଧାକୁ ବୃଦ୍ଧି କରିବା ପାଇଁ ଡିଜାଇନ କରାଯାଇଥିବା ସାଟେଲାଇଟ ନାଭିଗେସନ ସିଷ୍ଟମ (SNS)ର ଏକ ଅଂଶ। Post navigation ମହାକୁମ୍ଭରେ ଅଘଟଣ: ଦଳାଚକଟାରେ ୧୦ ମୃତ, ୫୦ ରୁ ଅଧିକ ଆହତ ମୌନୀ ଅମାବାସ୍ୟାରେ ତ୍ରିବେଣୀ ସଙ୍ଗମରେ ଭିଡ: ଦିନ ୧୦ଟା ସୁଦ୍ଧା ବୁଡ଼ ପକାଇଛନ୍ତି ୩ କୋଟି ୬୧ ଲକ୍ଷ ଶ୍ରଦ୍ଧାଳୁ