ଓଡ଼ିଶା କ୍ରିକେଟ ଆ ଆସୋସିଏସନ ଲିଜେଣ୍ଡ ଶବ୍ଦର ଅର୍ଥ ବୁଝେ କି ନା ଆମେ ଜାଣୁନା। ରବିବାରର ଦିନିକିଆ ମ୍ୟାଚବେଳେ ବାରବାଟୀରେ ସ୍ୱତନ୍ତ୍ର ନିମନ୍ତ୍ରିତ ବ୍ୟକ୍ତି ବିଶେଷଙ୍କ ଲାଗି ବସିବା ଓ ମ୍ୟାଚ ଦେଖିବାର ସୁବିଧା କରାଯାଇଥିଲା। ବିଶେଷ କରି ପଦ୍ମ ପୁରସ୍କାର ବିଜେତାମାନଙ୍କୁ ଡକାଯାଇଥିଲା ମ୍ୟାଚ ସକାଶେ । ତା’ ସହ ଲିଜେଣ୍ଡ ବକ୍ସ ନାମରେ ଖେଳାଳିଙ୍କଠାରୁ ନେଇ ସଙ୍ଗୀତକାର ଓ ଅନ୍ୟାନ୍ୟ ବ୍ୟକ୍ତି ବି ଶେଷଙ୍କୁ ବସିବାକୁ ଦିଆଯାଇଥିଲା । ମିଡିଆର ବି କିଛି ବ୍ୟକ୍ତି ସେହି ଲିଜେଣ୍ଡ ବକ୍ସରେ ବସିଥିବା କଥା ଆମେ ଶୁଣୁଛୁ । ସେ ବକ୍ସକୁ ଯିବାର ସୌଭାଗ୍ୟ ନିର୍ଭୟ ପ୍ରତିନିଧିଙ୍କୁ ମିଳିନଥିଲା । ତେଣୁ ମିଡିଆରୁ କେତେ ଜଣ ବସିଥିଲେ ତା ପୁରା ଜାଣିବାର ସୁଯୋଗ ନଥିଲା। ହେଲେ ସେହି ଲିଜେଣ୍ଡ ବକ୍ସରେ ଓଡ଼ିଶାର ପ୍ରଥମ ପେସାଗତ କ୍ରୀଡ଼ା ସାମ୍ବାଦିକ ଏବଂ ଦୀର୍ଘ ୪୧ ବର୍ଷରୁ ବେଶୀ ସମୟ ହେଲାଣି କ୍ରୀଡ଼ା ସାମ୍ବାଦିକତା ହିଁ କେବଳ କରିଆସୁଥିବା ସନାତନ ପାଣି ମହୋଦୟ ବସିବା ଆବଶ୍ୟକ ଥିଲା । ୧୯୮୪ ମସିହା ସମ୍ବାଦ ଆରମ୍ଭ ସମୟରେ ଯେଉଁ ଖବରକାଗଜ ଓଡ଼ିଶା ପ୍ରିଣ୍ଟ ମିଡିଆ ଜଗତରେ କ୍ରୀଡ଼ା ପ୍ରକାଶନକୁ ଏକ ନୂଆ ରୂପ ଧାରା ପ୍ରଦାନ କରିଥିଲା ସେହି ଟିମର ସଦସ୍ୟ ଥିଲେ ସନାତନ ପାଣି । ୪ ଦଶନ୍ଧିର ଦୀର୍ଘ ଯାତ୍ରା ଭିତରେ ଓଡ଼ିଶାର ବହୁଗଣମାଧ୍ଯମ ପାଇଁ ସେ କାର୍ଯ୍ୟ କରିଛନ୍ତି। ତାଙ୍କ ଦ୍ବାରା ଚଳା ଯାଉଥିବା କ୍ରୀଡ଼ା ସମ୍ପର୍କିତ ୱେବସାଇଟ୍ ବର୍ତ୍ତମାନ ଓଡ଼ିଶାର ଏକମାତ୍ର ଭରସାଯୋଗ୍ୟ ଓ ତଥ୍ୟ ଭିତ୍ତିକ କ୍ରୀଡ଼ା ଗଣମାଧ୍ଯମ । ବଡ଼ କିଛି ମ୍ୟାଚ ହେଲେ ବାବୁଭାୟା ସବୁ ଧାଁଆନ୍ତି ବାରବାଟୀ । ହେଲେ ପାଣିବାବୁ ଦଶନ୍ଧି ଦଶନ୍ଧି ଧରି ନିଜ ଦୁଇ ଚକିଆ ଯାନରେ ପ୍ରାୟ ରୋଜ ବାରବାଟୀ ପହଞ୍ଚିଛନ୍ତି ମ୍ୟାଚ କଭର କରିବାକୁ। ଧୁ ଧୁ ଖରାରେ ଯାଜପୁର ରୋଡ଼ଠାରୁ ନେଇ ଜୟପୁର ପର୍ଯ୍ୟନ୍ତ କଳାହାଣ୍ଡି କପ ମ୍ୟାଚ ମଧ୍ଯ ବଡ଼ ନିଷ୍ଠାର ସହ କରିଥିବା ଏହି ଲେଖକ ପ୍ରତ୍ୟକ୍ଷ କରିଛି। ଓଡ଼ିଶା କ୍ରିକେଟ ଆସୋସିଏସନ କ’ଣ ସନାତନ ପାଣିକୁ ଚିହ୍ନେ ନାହିଁ ? ଲିଜେଣ୍ଡ ଶବ୍ଦର ଅର୍ଥ ଖୁବ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ। ଜୀବନ ତମାମ ଗୋଟିଏ ପେସାରେ ନିଷ୍ଠାର ସେବା ଦେ ଦେଇଥିବା ମଣିଷଙ୍କୁ ଆମେ ଲିଜେଣ୍ଡ ଶ୍ରେଣୀଭୁକ୍ତ କରିପାରିବା। ସୋମବାର ଦିନ ଏହି ଲେଖକ ସନାତନ ପାଣିଙ୍କୁ ଓସିଏରୁ କେହି ଆପଣଙ୍କୁ ସମ୍ପର୍କ କରିଥିଲେ କି ? ଅଳ୍ପ ହସ ସହ ସେ କହିଥିଲେ ନାହିଁ ତ। ରବିବାର ଦିନ ଯଦି ସତନ୍ତ୍ର ବକ୍ସରେ କାହାକୁ ବସାଇ ଖାଲି ଓଡ଼ିଶା କ୍ରୀଡ଼ା ସାମ୍ବାଦିକତା ନୁହେଁ ସମଗ୍ର ମିଡିଆକୁ ସମ୍ମାନ ଦିଆଯାଇଥାନ୍ତା ତା’ ହେଲେ ସେ ମଣିଷ ହେଉଛନ୍ତି ସନାତନ ପାଣି। Post navigation ପ୍ରଭାସ ଆଚାର୍ଯ୍ୟଙ୍କୁ ଅସମ୍ମାନିତ କଲା ଓସିଏ ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର