ରାଜଧାନୀ ରାଜରାସ୍ତାରେ ଯୁବତୀମାନେ ନିଶାସକ୍ତ ଅବସ୍ଥାରେ ବେଧଡକ ଭାବେ ବୁଲୁଥିବା ଦେଖିବାକୁ ମିଳିଛି। କେବଳ ରାଜଧାନୀ ଯେ ଅସୁରକ୍ଷିତ ତା’ ନୁହେଁ, ଏଥିପାଇଁ ଦାୟୀ ମଧ୍ୟ ଯୁବତୀଙ୍କ ଆଚରଣ। ଇନଫୋସିଟି ଥାନା ଅଞ୍ଚଳରେ ମଙ୍ଗଳବାର ରାତିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଯୁବତୀ ଜଣଙ୍କ ମଦ ପିଇ ମାତାଲ ଅବସ୍ଥାରେ ବୁଲୁଥିବା ବେଳେକମିଶନରେଟ ପୋଲିସର ହର୍ ଟିମ୍ ଉଦ୍ଧାର କରିଛି । ଯୁବତୀଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସକୁ ନାକେଦମ ହେବାକୁ ପଡିଥିଲା। ଅନ୍ୟଟେ ସୋମବାର ରାତିରେ ବଡଗଡ ଥାନା ଅଞ୍ଚଳରୁ ସମାନ ଅବସ୍ଥାରେ ଜଣେ ଯୁବତୀଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ।

Leave a Reply

Your email address will not be published. Required fields are marked *