ମାଲକାନାଗିରିରେ ତେଜୁଛି ଉତ୍ତେଜନା। ଏମ୍ଭି-୨୬ ଓ ରାଖେଲଗୁଡ଼ା ଗାଁରେ ଗଣ୍ଡଗୋଳ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଆଜି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ । ଜିଲ୍ଲା ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍ ନିଲମ୍ବନକୁ ନିଶ୍ଚିତ କରାଯାଇଛି ଯେ ଏହି ପଦକ୍ଷେପ ଅଶାନ୍ତିକୁ ନିୟନ୍ତ୍ରଣ କରିବା ଏବଂ ଭୁଲ ସୂଚନା ପ୍ରସାରଣକୁ ରୋକିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ଆଇନ ଶୃଙ୍ଖଳାକୁ ସୁଦୃଢ଼ କରିବା ପାଇଁ କର୍ତ୍ତୃପକ୍ଷ BNS ଧାରା ୧୫୩ ଲାଗୁ କରାଯାଇଛି ମ ସୂଚନା ଯୋଗ୍ୟ; ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହେବା ପରେ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ରବିବାର ଏହି ଘଟଣାକୁ ନେଇ ଦୁଇଟି ଯାକ ଗାଁ ମୁହାଁମୁହିଁ ହେବା ସହିତ ଗୋଟିଏ ଗାଁର ଲୋକେ ଅନ୍ୟ ଗାଁର ଜଣେ ବ୍ୟକ୍ତିଙ୍କ ଘର ଓ ପାଳଗଦାରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତାଙ୍କୁ କିଏ ହତ୍ୟା କରିଛି ତାହାକୁ ନେଇ ଏମଭି-୨୬ ଏବଂ ରାଖାଲଗୁଡା ଗ୍ରାମ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । Post navigation Rajgangpur Student Death: ରାଜଗାଙ୍ଗପୁର ଛାତ୍ରୀ ପୋଡ଼ି ଘଟଣା: ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Group Clash In Malkangiri: ମାଲକାନଗିରିରେ ତେଜୁଛି ହିଂସା; ପହଞ୍ଚିଲେ ପୋଲିସ ଡିଜି ଖୁରାନିଆ