ପୁଣି ବଢ଼ିଲା ଇଣ୍ଟରନେଟ କଟକଣା । ମାଲକାନଗିରିରେ ଆଉ ୨୪ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା । ଆସନ୍ତାକାଲି ମଧ୍ୟରାତ୍ର ୧୨ଟା ଯାଏଁ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି। ଏମ୍‌ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ପ୍ରଶାସନର ନିଷ୍ପତ୍ତି ନେଇଛି । ଏ ନେଇ ଗୃହ ବିଭାଗ ଏକ ବିଜ୍ଞପ୍ତିରେ ସୂଚନା ଦେଇଛି ।

ଏହାକୁ ମିଶାଇ ମୋଟ୍ ପଞ୍ଚମ ଥର ପାଇଁ ବଢ଼ିଲା ଇଣ୍ଟରନେଟ୍ କଟକଣା । ମାଲକାନଗିରି କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁରୋଧ ପରେ, ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ଡାଟା ସେବା ମାଧ୍ୟମରେ ହ୍ୱାଟ୍ସଆପ୍, ଫେସବୁକ୍, ଏକ୍ସ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ଏବଂ ପ୍ରବେଶ ଉପରେ ପ୍ରତିବନ୍ଧକକୁ ଆହୁରି ୨୪ ଘଣ୍ଟା ପାଇଁ ବୃଦ୍ଧି କରିଛନ୍ତି । ଏହା ସହ ଡିସେମ୍ୱର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ‘ମାଲ୍ୟବନ୍ତ ମହୋତ୍ସବ’କୁ ମଧ୍ୟ ସ୍ଥଗିତ ରଖାଯାଇଛି ।

ସୂଚନା ଯୋଗ୍ୟ;  MV26 ଗାଁର ସୁକ ରଞ୍ଜନ ମଣ୍ଡଳ ନାମକ ଜଣେ ବ୍ୟକ୍ତି ରାଖାଲଗୁଡା ଗାଁର ଜଣେ ଆଦିବାସୀ ମହିଳାକୁ ଅତି ନିର୍ମମ ଭାବେ ହତ୍ୟା କରି ମୁଣ୍ଡ ଆଉ ଗଣ୍ଡିକୁ ଅଲଗା କରି ପୋଟେରୁ ନଦୀରେ ଫିଙ୍ଗୀ ଦେଇଥିବା ଅଭିଯୋଗ କରିଥିଲେ । ହେଲେ ଘଟଣାର ଚାରି ଦିନ ପରେ କରୁକୋଣ୍ଡା ପୋଲିସ ମୁଣ୍ଡ ବିହୀନ ଶବ ଉଦ୍ଧାର କରାଯାଇଥିଲା। ଏହା ପରେ କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଥିଲା କଟାମୁଣ୍ଡ । ମୃତଦେହ ଠାରୁ ପ୍ରାୟ ୪୦ କିମି ଦୂରରେ ମିଳିଲା ମହିଳାଙ୍କ କଟାମୁଣ୍ଡ। ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ କଟାମୁଣ୍ଡ ଉଦ୍ଧାର କରାଯାଇଛି। କଟାମୁଣ୍ଡ ମିଳୁ ନଥିବାରୁ ଏମ୍ଭି-୨୬ ଓ ରାଖେଲଗୁଡ଼ା ମଧ୍ୟରେ ବିବାଦ ଦେଖା ଦେଇଥିଲା।

Leave a Reply

Your email address will not be published. Required fields are marked *