ଭଦ୍ରକରେ ଆଉ ୪୮ ଘଣ୍ଟା ବଢ଼ିଲା ମୋବାଇଲ୍‌ ଇଣ୍ଟରନେଟ୍‌ କଟକଣା। ଏ ନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ସତ୍ୟଜିତ ନାୟକ। ମାତ୍ର ଲିଜ୍‌ ଲାଇନ ସେବା ଚାଲୁ ରହିବ ବୋଲି କହିଛନ୍ତି। ପୂର୍ବପରି ଧାର୍ଯ୍ୟ ଅଞ୍ଚଳରେ ୧୬୩ ଧାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିବ। ଏଯାବତ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୫ ଜଣଙ୍କୁ ଗିରଫ କରାଗଲାଣି। ଭଦ୍ରକ ପୁରୁଣାବଜାରର ୮ ଓ ଧାମନଗରରୁ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ସୂଚନାଯୋଗ୍ୟ, ଭଦ୍ରକରେ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ତୁମୁଳକାଣ୍ଡ ହୋଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଆକ୍ରମଣରେ ୨ ପୋଲିସ ଅଧିକାରୀ ଆହତ ହୋଇଥିଲେ। ଏଥିସହ ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡି ମଧ୍ୟ ଭଙ୍ଗାରୁଜା କରିଥିଲେ ଦୁବୃତ୍ତ। ଏହି ଘଟଣା ପରେ ଭଦ୍ରକରେ କଟକଣା ଲାଗୁ ହୋଇଛି।

Leave a Reply

Your email address will not be published. Required fields are marked *