ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶନାମା । ସକାଳ ୧୦ଟା ସୁଦ୍ଧା ଅଫିସ୍ ଆସିବେ ଏବଂ ସନ୍ଧ୍ୟା ୫ଟା ୩୦ ପରେ ଘରକୁ ଯିବେ । ସମସ୍ତ କର୍ମଚାରୀଙ୍କୁ ସର୍ବନିମ୍ନ ୭ ଘଣ୍ଟା ୩୦ ମିନିଟ୍ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପଡିବ । ସମସ୍ତ କର୍ମଚାରୀଙ୍କ ବାୟୋମେଟ୍ରିକ ବାଧ୍ୟତାମୂଳକ କରାଯାଇଛି। କେଉଁ ସମୟରେ କର୍ମଚାରୀ କାର୍ଯ୍ୟଳୟରେ ପହଞ୍ଚିଲେ କେତେବେଳେ କାର୍ଯ୍ୟଳୟରୁ ବାହାରିଲେ ସମସ୍ତ ତଥ୍ୟ ବାୟୋମେଟ୍ରିକ ମାଧ୍ୟମରେ ମିଳିବ । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିପରି କାର୍ଯ୍ୟ ସମୟ ୪ ଘଣ୍ଟାରୁ କମ୍ ହେଲେ ଗୋଟିଏ ଦିନର ଛୁଟି କାଟି ଦିଆଯିବ । ଗୋଟିଏ ମାସରେ ତିନି ଦିନ ବିଳମ୍ବରେ ଉପସ୍ଥିତ ରହିଲେ ଗୋଟିଏ ଦିନର ଛୁଟି ବାତିଲ ହେବ । ଦିନ ୧୧ଟା ପରେ ଅଫିସକୁ ଆସିଲେ ସେଦିନ ଛୁଟି ବୋଲି ଧରାଯିବ । ଯଦି ହଠାତ କୌଣସି କର୍ମଚାରୀଙ୍କ ସ୍ୱାସ୍ଥ୍ୟ କିମ୍ବା କିଛି ଜରୁରୀ କାମ ରୁହେ । ତେବେ ସେମାନେ ଉପରିସ୍ଥ କର୍ମଚାରୀଙ୍କୁ ଲିଖିତ ଆକାରରେ ଜଣାଇବେ

Leave a Reply

Your email address will not be published. Required fields are marked *