ନେପାଳର ମାର୍ସାଙ୍ଗଡ଼ି ନଦୀକୁ ଖସିପଡ଼ିଛି ଭାରତୀୟ ଯାତ୍ରୀବାହୀ ବସ। ବସରେ ୪୦ ଜଣ ଭାରତୀୟ ଥିବାବେଳେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ୧୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଶୁକ୍ରବାର ପୋଖରାରୁ ନେପାଳ କାଠମାଣ୍ଡୁକୁ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍ ନମ୍ବର (ୟୁପି ଏଫଟି ୭୬୨୩) ଦୁର୍ଘଟଣାଗ୍ରସ୍ତ ହୋଇ ମାର୍ସାଙ୍ଗଡ଼ି ନଦୀକୁ ଖସିପଡିଛି । ଯାତ୍ରୀ ମାନେ ପୋଖରାର ମଝେରି ରିସୋର୍ଟରେ ରହିଥିବା ବେଳେ ଆଜି ସକାଳେ କାଠମାଣ୍ଡୁକୁ ଆସୁଥିଲେ। ପୋଲିସ ଓ ଉଦ୍ଧାରକାରୀ ଦଳ ପହଂଚି ତଦନ୍ତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *