ମହିଳା ଏସିଆ କପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟରେ ଭାରତୀୟ ମହିଳା ଦଳ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି। ଦୁବାଇରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ ଗୁରୁବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ବାଂଲାଦେଶକୁ ୪୦ ରନ୍‌ରେ ପରାସ୍ତ କରି ଭାରତୀୟ ଦଳ କ୍ରମାଗତ ୧୦ମ ଥର ପାଇଁ ଏସିଆ କପ୍‌ ଫାଇନାଲରେ ସ୍ଥାନ ପକ୍କା କରିଛି।

ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୯ ରନ୍‌ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ଟିମ୍‌ ୨୦ ଓଭରରେ ୭ ୱିକେଟ୍‌ ବିନିମୟରେ ମାତ୍ର ୧୦୯ ରନ୍‌ କରିବାକୁ ସମର୍ଥ ହୋଇଥିଲା।

Leave a Reply

Your email address will not be published. Required fields are marked *