India wins T20 series against South Africa
ଭାରତ ପଞ୍ଚମ T-20 ମ୍ୟାଚ୍ ୩୦ ରନରେ ଜିତି ଦକ୍ଷିଣ ଆଫ୍ରିକାକୁ ୩-୧ ରେ ପରାସ୍ତ କରିଛି । ଶୁକ୍ରବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ୫ ୱିକେଟ୍ ହରାଇ ଥିଲା ।
 
ତିଲକ ବର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ଭାରତୀୟ ଦଳ ୨୩୧ ରନ୍ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ୨୦୧ ରନ୍ କରିପାରିଥିଲା ।
 
ହାର୍ଦ୍ଦିକ ପାଣ୍ଡ୍ୟା ପ୍ଲେୟର ଅଫ୍ ଦ ମ୍ୟାଚ୍ ହୋଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀଙ୍କୁ ପ୍ଲେୟର ଅଫ୍ ଦ ସିରିଜ ଘୋଷଣା କରାଯାଇଥିଲା ।
 
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ମାଟିରେ ଲଗାତାର ନବମ ଦ୍ୱିପାକ୍ଷିକ ସିରିଜ ଜିତି ଭାରତ ଏକ ନୂତନ ରେକର୍ଡ ମଧ୍ୟ ହାସଲ କରିଛି । ଅଷ୍ଟ୍ରେଲିଆ ପୂର୍ବରୁ ଘରୋଇ ମାଟିରେ ଆଠଟି ଦ୍ୱିପାକ୍ଷିକ ସିରିଜ ଜିତିଥିଲା ।
India wins T20 series against South Africa

By Nirvay

Leave a Reply

Your email address will not be published. Required fields are marked *