ଶ୍ରୀଲଙ୍କାର କଲମ୍ବୋରେ କମାଲ୍ କରିଛି ଭାରତୀୟ କ୍ରିକେଟ୍ ଦଳ । ରବିବାର ଦିନ ପବିତ୍ର ମହା ଶିବରାତ୍ରି ଏବଂ ଜାଗର ଅବସରରେ ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ୱକପ୍ ୨୦୨୬ ବିଜୟ ରଥକୁ ସଫଳତାର ସହ ଆଗକୁ ନେଇ ପାକିସ୍ତାନ ବିପକ୍ଷରେ ୬୧ ରନ୍ର ବିଜୟ ହାସଲ କରିଛି । ଏହା ସହିତ ଭାରତ ୬ ପଏଣ୍ଟ୍ ସହିତ ଗ୍ରୁପ୍ A ରେ ଶୀର୍ଷରେ ପହଞ୍ଚି ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଈଶାନ କିଶନଙ୍କ ଧମାକାଦାର ୭୭ ରନ୍ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା । ଭାରତ ୧୭୬ ରନ୍ର ଲକ୍ଷ୍ୟ ଦେବା ପରେ ୧୮ ଓଭରରେ ମାତ୍ର ୧୧୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ପାକିସ୍ତାନ । ଦୁଇ ଦ୍ରୁତ ବୋଲର୍ ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ୍ ବୁମ୍ରା, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବାବେଳେ କୁଲଦୀପ ଯାଦବ ଓ ତିଳକ ବର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଈଶାନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । Post navigation India Vs Pakistan Match: ଆଜି ଟ୍ବେଣ୍ଟି-୨୦ ବିଶ୍ବକପ୍ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ