ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଦିନିକିଆରେ ଭାରତ ୯ ୱିକେଟରେ ବିଜୟୀ ହୋଇଛି । ହିଟମ୍ୟାନ୍ ରୋହିତ ଶର୍ମାଙ୍କ ଦମଦାର ଶତକରେ ଟିମ୍ ଇଣ୍ଡିଆକୁ ସହଜ ବିଜୟ ମିଳିଛି । ଭାରତ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ତେବେ ଅଷ୍ଟ୍ରେଲିଆ ସିରିଜ୍କୁ ୨-୧ ରେ ଜିତିଛି । ରୋହିତ ଅପରାଜିତ ୧୨୧ ରନ୍ କରିଥିବା ବେଳେ ବିରାଟ କୋହଲି ମଧ୍ୟ ଅର୍ଦ୍ଧଶତକ ସହିତ ୭୪ ରନରେ ଅପରାଜିତ ରହିଥିଲେ । ଏହା ଶୁଭମନ ଗିଲଙ୍କ ଦିନିକିଆ ଅଧିନାୟକ ଭାବରେ ପ୍ରଥମ ବିଜୟ ମଧ୍ୟ ଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୬.୪ ଓଭରରେ ୨୩୬ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଜବାବରେ ଭାରତ ପକ୍ଷରୁ ରୋହିତ ଶର୍ମାଙ୍କ ଶତକ ବଳରେ ୩୮.୩ ଓଭରରେ ଏହି ମ୍ୟାଚ୍ ଜିତି ଭାରତ ବିଜୟୀ ହୋଇଥିଲା । ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୦ ରେ ପଛୁଆ ଥିବା ବେଳେ ଆଜିର ଶେଷ ମ୍ୟାଚରେ ବିଜୟ ଲାଭ କରିଛି । Post navigation Satish Shah Dies At 74: ହାସ୍ୟ ଅଭିନେତା ସତୀଶ ଶାହଙ୍କ ପରଲୋକ Andhra Bus Fire Tragedy: ବସ୍ ରାୟଗଡ଼ା RTO ରେ ପଞ୍ଜୀକରଣ ହୋଇଥିବା ସ୍ପଷ୍ଟ