ଭାରତୀୟ ସୀମାରେ ଆଜି ପୁଣି ପାକିସ୍ତାନର ଗୁଳିମାଡ଼ । ଲଗାତାର ଷଷ୍ଠ ଦିନରେ ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି ପାକିସ୍ତାନ ସେନା । କାଲି ଯାଏଁ ଏଲଓସିରେ ଅସ୍ତ୍ରବିରତି ଉଲଂଘନ କରୁଥିଲା ପାକ୍ ହେଲେ ଆଜି ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ସୀମା ଜାମ୍ମୁ ଓ କାଶ୍ମୀରର ପରଗୱାଲ ସେକ୍ଟରରେ ଗୁଳିମାଡ଼ କରିଛି ପାକ ସେନା । ନିୟନ୍ତ୍ରଣ ରେଖା ନିକଟରେ ପାକ୍ ସେନା ବିନା ଉତ୍ତେଜନାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ନେଇ ହଟ୍ଲାଇନ୍ରେ ଭାରତ ଓ ପାକିସ୍ତାନର ସାମରିକ ଅପରେସନ୍ ମହାନିର୍ଦେଶକମାନେ ଆଲୋଚନା କରିଛନ୍ତି । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଗ୍ରାମବାସୀଙ୍କୁ ସତର୍କ କରାଯାଇଛି ଏବଂ ଆବଶ୍ୟକସ୍ଥଳେ ତୁରନ୍ତ ସୁରକ୍ଷିତ ଆଶ୍ରୟସ୍ଥଳକୁ ଯିବାପାଇଁ କୁହାଯାଇଛି । Post navigation ସିଲଚର୍-ସିଲଂ ହାଇସ୍ପିଡ କରିଡରକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ