ଭାରତୀୟ ସେୟାର ମାର୍କେଟ୍ କରିଗଲା କ୍ରାସ୍ । ସେୟାର୍‌ ବଜାର୍‌ ଖୋଲୁ ଖୋଲୁ ତଳକୁ ଖସିଲା ସେନସେକ୍ସ ଓ ନିଫ୍ଟି । ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଶବାସୀଙ୍କୁ ସମ୍ବୋଧନ କରିବା ପରେ ଏହାର ନକରାତ୍ମକ ପ୍ରଭାବ ସାରା ବିଶ୍ୱରେ ପଡିଛି । ଭାରତ ସମେତ ବିଭିନ୍ନ ଦେଶର ସେୟାର ମାର୍କେଟ୍ ଖସିଥିବା ବେଳେ ଅଶୋଦ୍ଧିତ ତୈଳ ଦାମ୍ ବଢିଯାଇଛି ।

ଟ୍ରମ୍ପଙ୍କ ସମ୍ବୋଧନର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି । ଯୁଦ୍ଧ ଜାରି ରହିବ ଟ୍ରମ୍ପଙ୍କ ସିଗନାଲ ପରେ ଖସିଲା ଭାରତୀୟ ପୁଞ୍ଜିବାର । ଖୋଲୁ ଖୋଲୁ ମାର୍କେଟ କ୍ରାସ । ନିବେଶକ ହରାଇଲେ ୧୦ ଲକ୍ଷ କୋଟି ଟଙ୍କା । ଗୁରୁବାର ସେୟାର ବଜାର ଖୋଲୁ ଖୋଲୁ ପ୍ରାୟ ୧୫୦୦ ପଏଣ୍ଟ ତଳକୁ ଖସି ଆସିଛି । ଗୁରୁବାର ଏହା ୧୫୫୭ ପଏଣ୍ଟ ତଳକୁ ଖସି ୭୧୫୭୬.୩୫ ଅଙ୍କକୁ ଚାଲି ଆସିଛି । ଅର୍ଥାତ ପୂର୍ବଦିନ ଅପେକ୍ଷା ବିଏସଇ ସେନସେକ୍ସ ୨.୧୩ ପ୍ରତିଶତ ହ୍ରାସ ପାଇଛି । ଏତତ୍ ବ୍ୟତୀତ ନିଫ୍ଟି ମଧ୍ୟ ୪୯୫ ପଏଣ୍ଟ ତଳକୁ ଖସିଛି । ଏହା ୨.୧୯ ପ୍ରତିଶତ ଖସି ୨୨୧୮୫.୬୦ ସ୍ତରକୁ ଆସିଯାଇଛି ।

ମଧ୍ୟପ୍ରାଚ୍ୟ ଯୁଦ୍ଧ ସମାପ୍ତ ହେବାର ଆଶା ମଧ୍ୟରେ, ଗତକାଲି ଭାରତୀୟ ବଜାରରେ ବୃଦ୍ଧି ଦେଖାଯାଇଥିଲା, ଯାହା ଦୁଇ ଦିନର ହ୍ରାସକୁ ଭାଙ୍ଗିଥିଲା। ବୁଧବାର, ସେନସେକ୍ସ ୧,୧୮୬.୭୭ ପଏଣ୍ଟ (୧.୬୫%) ବୃଦ୍ଧି ପାଇ ୭୩,୧୩୪.୩୨ ରେ ବନ୍ଦ ହୋଇଥିଲା, ଯେତେବେଳେ ନିଫ୍ଟି ୫୦ ୩୪୮ ପଏଣ୍ଟ (୧.୫୬%) ବୃଦ୍ଧି ପାଇ ୨୨,୬୭୯.୪୦ ରେ ସ୍ଥିର ହୋଇଥିଲା।

Leave a Reply

Your email address will not be published. Required fields are marked *