India-SA Barabati T20I: Online Ticket Sales From today
ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁଥିବା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ ଆଜି ଅନଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା ତେବେ ସାଇଟ୍ ଖୋଲିବାର ମାତ୍ର କିଛି ସମୟ ଭିତରେ ସବୁ ଟିକେଟ୍ ସରି ଯାଇଥିଲା ।
 
ଅନଲାଇନରେ ୨ ହଜାର ଟିକେଟ୍ ବିକ୍ରି ପାଇଁ ଘୋଷଣା କରିଥିଲା ଓସିଏ । ଜଣ ପିଛା ମାତ୍ର ୨ଟି ଲେଖାଏଁ ଟିକେଟ୍ କ୍ରୟ କରିବା ନିୟମ ରହିଥିଲା । ହେଲେ କିଛି ମିନିଟ୍ ଭିତରେ ସବୁ ଟିକେଟ୍ ସେଲ୍ ହୋଇଯାଇଥିଲା ।
 
ଦୁଇ ଦଳର ଖେଳାଳି ୭ ଡିସେମ୍ବର ସନ୍ଧ୍ୟା ୫:୩୦ରୁ ରାତି ୮:୩୦ ମଧ୍ୟରେ ଭୁବନେଶ୍ୱର ପହଞ୍ଚି ଭୁବନେଶ୍ୱରସ୍ଥିତ ହୋଟେଲ ମେଫେୟାର ଲାଗୁନ୍‌ରେ ରହିବେ ।
 
ଚଳିତ ମ୍ୟାଚ ପାଇଁ ଆସନ୍ତା ଡ଼ିସେମ୍ବର ୫ ତାରିଖରେ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ । ଆଗକୁ ଡିସେମ୍ବର ୩ ଓ ୪ରେ ଓସିଏ ସହ ଅନୁବନ୍ଧିତ ବିଭିନ୍ନ ୟୁନିଟ୍ ମାନକୁ ଟିକଟ୍ ବିକ୍ରି ହେବ । ମୋଟ ୪୨ ହଜାର ଟିକଟରୁ କେବଳ ୧୧ ହଜାର ଓସିଏ ଅନୁବନ୍ଧିତ ୟୁନିଟ୍ କିଣି ନେବେ ।
 
ମ୍ୟାଚ୍ ଦିନ ୪ ଟା ବେଳକୁ ଦର୍ଶକ ମାନେ ଷ୍ଟାଡିୟମ୍ ପରିସରକୁ ପ୍ରବେଶ କରି ପାରିବେ ।

By Nirvay

Leave a Reply

Your email address will not be published. Required fields are marked *