ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି ବୋଲି ବୈଦେଶିକ ବ୍ୟାପର ସଚିବ ବିକ୍ରମ ମିଶ୍ରୀ ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ପାଇଁ ଭାରତ ସହମତି ପ୍ରକାଶ କରିଛି । ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ସହମତି ପ୍ରକାଶ କରାଯାଇଛି । ଦୁଇ ଦେଶର ଡିଜିଏମଓ ସ୍ତରୀୟ କଥାବାର୍ତ୍ତା ପରେ ସହମତି ପ୍ରକାଶ ପାଇଛି । ଆମେରିକାର ମଧ୍ୟସ୍ଥତାରେ ଦୀର୍ଘ ସମୟ ଆଲୋଚନା ପରେ ଭାରତ ଓ ପାକିସ୍ତାନ ତୁରନ୍ତ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ‘ଏକ୍ସ’ରେ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେହିପରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ମଧ୍ୟ ଭାରତ-ପାକିସ୍ତାନ ଅସ୍ତ୍ରବିରତି ସହମତି କଥା ଜଣାଇଛନ୍ତି । ସେ ନିଜେ ଓ ଉପରାଷ୍ଟ୍ରପତି ଭାନ୍ସ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିଥିବା ସ୍ପଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଓ ପାକ୍ ପ୍ରଧାନମନ୍ତ୍ରୀ ସରିଫ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ପାକ୍ ସେନା ମୁଖ୍ୟ ମୁନିରଙ୍କ ସହ ଆଲୋଚନା ହୋଇଥିବା ରୁବିଓ କହିଛନ୍ତ । Post navigation ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ଆତଙ୍କୀ କାର୍ଯ୍ୟ କଲେ ଯୁଦ୍ଧ ଘୋଷଣା ଅସ୍ତ୍ରବିରତି ସତ୍ତ୍ୱେ ସିନ୍ଧୁ ନଦୀ ଚୁକ୍ତି ରଦ୍ଦ ନିଷ୍ପତ୍ତି ବଳବତ୍ତର