ଯୁଦ୍ଧବିରତି ଚୁକ୍ତିନାମା ପରେ ଭାରତ ଆଣି ସକାଳେ ଚେନାବ ନଦୀର ନିର୍ମିତ ସଲାଲ ଓ ବାଗଲିହାର ଡ୍ୟାମର ଗେଟ ଖୋଲି ଦେଇଛି, ଯାହା ଯୋଗୁଁ ପାଣି ପାକିସ୍ତାନ ଆଡକୁ ପ୍ରବାହିତ ହେଉଛି। ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ସହ ସିନ୍ଧୁ ଜଳ ସନ୍ଧିକୁ ସ୍ଥଗିତ ରଖିଥିଲା। ଏହା ଅଧୀନରେ ଭାରତ ଚିନାବ ନଦୀ ଉପରେ ନିର୍ମିତ ଦୁଇଟି ଡ୍ୟାମ ମାଧ୍ୟମରେ ଜଳପ୍ରବାହକୁ ଅଟକାଇ ଦେଇଥିଲା। ଏବେ ଚିନାବ ନଦୀ ଉପରେ ନିର୍ମିତ ସଲାଲ ଓ ବାଗଲିହାର ଡ୍ୟାମର ଅନେକ ଗେଟ୍ ଏବେ ଭାରତ ଖୋଲି ଦେଇଛି। ଏହା ଫଳରେ ପାକିସ୍ତାନରେ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି। ଅନ୍ୟପଟେ ଭାରତ ଓ ପାକିସ୍ତାନ ମଧ୍ୟରେ ସିଜଫାୟାର ଘୋଷଣା ହୋଇଛି, ତଥାପି ସିନ୍ଧୁ ଜଳ ସନ୍ଧି ଏବେ ମଧ୍ୟ ସ୍ଥଗିତ ରହିଛି। Post navigation ଯୁଦ୍ଧବିରତି ପାଇଁ ଦୁଇ ଦେଶକୁ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ପାଇଁ ଯୁବପିଢ଼ିଙ୍କୁ ନାଗରିକ ପ୍ରତିରକ୍ଷାରେ ଯୋଗ ଦେବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ