ଏସିଆ କପ୍ କ୍ରିକେଟରେ ବିଜୟ ମୁକୁଟ ପିନ୍ଧିଲା ଭାରତ । ଏସିଆ କପ୍ ଟି-୨୦ରେ ଅପରାଜୟ ଥିବା ଭାରତ ପାକିସ୍ତାନକୁ ହରାଇ ନବମ ଏସିଆ କପ ଟାଇଟଲ ଜିତିଛି ।ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଦଳ ଦୁବାଇରେ ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲକୁ ୫ ୱିକେଟରେ ଜିତିଛି । ୨୦ ଓଭରରେ ୧୪୬ ରନ୍ ସ୍କୋର କରି ଅଲଆଉଟ ହୋଇଯାଇଥିଲା ପାକିସ୍ତାନ । ପାକିସ୍ତାନର ଓପନର ସାହିବଜାଦା ଫରହାନ ୫୭ ଏବଂ ଫଖର ଜମାନ ୪୬ ରନ ସ୍କୋର କରି ଦମଦାର ଆରମ୍ଭ ଦେଇଥିଲେ । ତିଲକ ବର୍ମା ଲଢୁଆ ଅର୍ଦ୍ଧଶତକ ସହ ୫୩ ବଲରୁ ୬୯* ରନ ସ୍କୋର କରି ଭାରତକୁ ବିଜୟର ତିଲକ ପିନ୍ଧାଇଛନ୍ତି । ସଞ୍ଜୁ ସାମସନଙ୍କ ୨୪ ଓ ଶିବମ ଦୁବେଙ୍କ ୩୩ ରନର ଅବଦାନ ଭାରତକୁ ବିଜୟ ହାସଲ କରିବାରେ ସହାୟ ହୋଇଥିଲା । ଶେଷ ଓଭରରେ ଚୌକା ମାରି ୧୫୦ ରନ୍ ସ୍କୋରରେ ମ୍ୟାଚ ଫିନିଶ କଲେ ରିଙ୍କୁ ସିଂ । Post navigation ୧୨୬ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ; ଲତା ମଙ୍ଗେସକରଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ