ଇତିହାସ ରଚିଲା ଭାରତ । ଖୋ ଖୋ ବିଶ୍ୱକପ୍ରେ ଭାରତର ପୁରୁଷ ଓ ମହିଳା ଦଳ ଆଜି ବିଶ୍ୱକପ୍ ଟାଇଟଲ୍ ହାସଲ କରିଛନ୍ତି । ପୁରୁଷ ଖୋ-ଖୋ ବିଶ୍ୱକପର ଫାଇନାଲ ମ୍ୟାଚ୍ ରେ ଭାରତ, ନେପାଳକୁ ପରାସ୍ତ କରିଥିବାବେଳେ ଭାରତୀୟ ମହିଳା ଦଳ ଏକତରଫା ଭାବରେ ନେପାଳକୁ ୩୮ ପଏଣ୍ଟର ବିଶାଳ ବ୍ୟବଧାନରେ ପରାସ୍ତ କରି ଏହି ଟାଇଟଲ ଜିତିଛି । ପ୍ରଥମ ଖୋ-ଖୋ ବିଶ୍ୱକପ୍ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଇଥିଲା ।ନେପାଳକୁ ପରାସ୍ତ କରି ଭାରତ ପ୍ରଥମ ଥର ପାଇଁ ଖୋ-ଖୋ ବିଶ୍ୱକପ୍ ଟାଇଟଲ ଜିତିଛି । ଭାରତୀୟ ମହିଳା ଦଳ ଫାଇନାଲରେ ୭୮-୪୦ ସ୍କୋରରେ ନେପାଳକୁ ପରାସ୍ତ କରି ଇତିହାସ ରଚିଥିବାବେଳେ ପୁରୁଷ ଭାରତୀୟ ଦଳ ଫାଇନାଲରେ ନେପାଳକୁ ୫୪-୩୬ ବ୍ୟବଧାନରେ ପରାସ୍ତ କରିଥିଲା । ପ୍ରକାଶଯୋଗ୍ୟ ଯେ, ଭାରତୀୟ ମହିଳା ଖୋ ଖୋ ଦଳରେ ଓଡ଼ିଶାର କ୍ରୀଡ଼ାବିତ ମଗାଇ ମାଝୀ ଓ ଶୁଭଶ୍ରୀ ସିଂ ଏବଂ ପୁରୁଷ ଖୋ ଖୋ ଦଳରେ ଓଡ଼ିଶାର କ୍ରୀଡ଼ାବିତ ପବନୀ ଶବର ସାମିଲ ହୋଇଥିଲେ। ଭାରତୀୟ ଜାତୀୟ ଖୋ ଖୋ ଦଳକୁ ଓଡ଼ିଶା ସରକାର ଜାନୁଆରୀ ୨୦୨୫ ଠାରୁ ଡିସେମ୍ବର ୨୦୨୭ ପର୍ଯ୍ୟନ୍ତ ପୃଷ୍ଠପୋଷକତା (ସ୍ପନସର) ପ୍ରଦାନ କରୁଛନ୍ତି। ଏଥିପାଇଁ ବର୍ଷକୁ ୫ କୋଟି ଓ ସର୍ବମୋଟ ୧୫ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପୃଷ୍ଠପୋଷକ ଭାବରେ ଖୋ ଖୋ ଓ ଖୋ ଖୋ କ୍ରୀଡ଼ାବିତମାନଙ୍କର ବିକାଶ ଓ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। Post navigation ଚଳିତ ବର୍ଷର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି ବିବାହ ବନ୍ଧନରେ ବାନ୍ଧି ହେଲେ ନୀରଜ ଚୋପ୍ରା