ପହଲଗାମ୍ ନରସଂହାର ଘଟଣାକୁ ନେଇ ଦେଶ ସ୍ତବ୍ଧ ପାଲଟି ଯାଇଥିବାବେଳେ ଆଜି ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ନେଇଛି । ଦୁଇ ଦେଶ ମଧ୍ୟରେ ସ୍ଵାକ୍ଷରିତ ସିନ୍ଧୁଜଳ ଚୁକ୍ତିକୁ ରଦ୍ଦ କରାଯାଇଛି । ଭାରତରେ ରହୁଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ ଉଚ୍ଚସ୍ତରୀୟ କ୍ୟାବିନେଟ୍ କମିଟି (ସିସିଏସ୍) ବୈଠକ ହୋଇଥିଲା । ତେବେ ଏହି ବୈଠକ ପରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରେସମିଟ୍ କରି ପାକିସ୍ତାନ ଉପରେ ନିଆଯାଇଥିବା କଡ଼ା ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ କେବଳ ଦୋଷୀମାନେ ନୁହନ୍ତି, ପରଦା ପଛରେ ଥିବା ଲୋକମାନଙ୍କୁ ବି ଛଡ଼ାଯିବ ନାହିଁ । ➡️ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ସିନ୍ଧୁ ଜଳ ଚୁକ୍ତିକୁ ତୁରନ୍ତ ବାତିଲ କରିବାକୁ ଘୋଷଣା କରିଛି ଭାରତ । ➡️ଅଟାରୀ-ୱାଘା ସୀମାକୁ ମଧ୍ୟ ବନ୍ଦ କରିବାକୁ ଘୋଷଣା କରିଛି ଭାରତ । ➡️ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟାରେ ଭାରତ ଛାଡ଼ିବେ । ➡️ଭାରତ ସରକାର ଦୂତାବାସ କର୍ମଚାରୀ ସଂଖ୍ୟା ୫୫ ରୁ ୩୦କୁ ହ୍ରାସ ନିଷ୍ପତ୍ତି । ➡️ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ଭିସା ଦେବାରେ ରୋକ ଲଗେଇଛନ୍ତି କେନ୍ଦ୍ର ସରକାର । ➡️ଇସଲାମାବାଦରେ ଥିବା ଭାରତୀୟ ହାଇକମିସନରୁ ନିଜର ପ୍ରତିରକ୍ଷା, ନୌସେନା ଓ ବାୟୁ ପରାମର୍ଶଦାତାଙ୍କୁ ପ୍ରତ୍ୟାହାର କରିବ ଭାରତ । ➡️ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ହାଇକମିସନରେ ପ୍ରତିରକ୍ଷା, ସାମରିକ, ନୌସେନା ଏବଂ ବାୟୁ ପରାମର୍ଶଦାତା ଭାରତ ଛାଡିବା ପାଇଁ ଏକ ସପ୍ତାହ ସମୟ ପାଇବେ । ➡️ପହଲଗାମ ଆକ୍ରମଣ କୁ ନେଇ ଆସନ୍ତାକାଲି ସର୍ବଦଳୀୟ ବୈଠକ ବସିବ । Post navigation କଂଗ୍ରେସ ଡ଼ାକିଲା CWC ବୈଠକ