ଭାରତ-ବାଂଲାଦେଶ ମଧ୍ୟରେ କାନପୁରରେ ଚାଲିଥିବା ଦ୍ୱିତୀୟ ଟେଷ୍ଟକୁ ଜିତିଲା ଭାରତ । କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଛି ଭାରତୀୟ ଦଳ। ଖେଳାଯାଉଥିବା ମ୍ୟାଚକୁ ଭାରତ ୭ ଓ୍ୱିକେଟରେ ଜିତିନେଇଛି । ୯୫ରନ ଟାର୍ଗେଟକୁ ୩ ୱିକେଟ ହରାଇ ମ୍ୟାଚ ଜିତିବା ସହ ସରିଜିକୁ ୨-୦ରେ ପୋଛି ନେଇଛି ଭାରତ।

ସୂଚନା ଯୋଗ୍ୟ; କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ପ୍ରଥମେ ପାଳି ଆରମ୍ଭ କରି ୩ ୱିକେଟ ବିନିମୟରେ ୧୦୭ ରନ୍ କରିଥିଲା ବାଂଲାଦେଶ । ଏହା ପରେ ବର୍ଷା ହେବାରୁ ଅଢେଇ ଦିନ ଖେଳ ବନ୍ଦ ରହିଥିଲା ।

ଗତକାଲି ଚତୁର୍ଥ ଦିନରେ ବାଂଲାଦେଶ ୨୩୩ ରନ୍ ସଂଗ୍ରହ କରିଥିଲା । ଏହା ପରେ ପ୍ରଥମ ପାଳି ଆରମ୍ଭ କରିଥିବା ଭାରତ ଟିମ୍ ଟେଷ୍ଟ ମ୍ୟାଚକୁ ଟି-୨୦ ଫର୍ମାଟରେ ଖଳି ମ୍ୟାଚରେ ରୋମାଞ୍ଚ ଭରିଥିଲା । ଭାରତ ୨୮୫ ରନ୍ ସହ ୫୨ ରନର ଲିଡ୍ ହାସଲ କରିଥିଲା । ଏହାପରେ ଦ୍ୱିତୀୟ ଇନିଂସରେ ୧୪୬ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା ବାଂଲାଦେଶ। ଫଳରେ ଭାରତ ଆଗରେ ୯୫ ରନର ବିଜୟ ଲକ୍ଷ୍ୟ ରହିଥିଲା ।ଯାହାକୁ ୩ ଓ୍ୱିକେଟ ହରାଇ କରିନେଇଛି ଭାରତ ।

Leave a Reply

Your email address will not be published. Required fields are marked *