India beat England by 4 four wickets

ନାଗପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଇଂଲଣ୍ଡକୁ ୪ ଉଇକେଟ୍‌ରେ ପରାସ୍ତ କରିଛି ।

ଇଂଲଣ୍ଡ ଦଳ ଦ୍ୱାରା ଦିଆଯାଇଥିବା ୨୪୯ ରନର ଟାର୍ଗେଟକୁ ଭାରତୀୟ ଦଳ ୩୮.୪ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା ।

ଦଳ ପକ୍ଷରୁ ଶୁବମନ ଗିଲ ସର୍ବାଧିକ ୮୭ ରନର ଇନିଂସ ଖେଳି ଟିମ ଇଣ୍ଡିଆର ବିଜୟରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛନ୍ତି ।

ସେହିପରି ଶ୍ରେୟସ ଆୟର ୫୯ ରନ ଏବଂ ଅଧିନାୟକ ଜୋସ୍ ବଟଲର୍ ସର୍ବାଧିକ ୫୨ ରନ୍ ର ଯୋଗଦାନ ଦେଇଥିଲେ । ଏହା ପୂର୍ବରୁ ସମଗ୍ର ଇଂଲଣ୍ଡ ଦଳ ୨୪୮ ରନ କରି ଅଲଆଉଟ୍ ହୋଇଯାଇଥିଲା ।

By Nirvay

Leave a Reply

Your email address will not be published. Required fields are marked *