India Bars Pakistani Ships
ଜମ୍ମୁ ଓ କଶ୍ମୀରର ପହଲଗାମ୍‌ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲା ପରେ ଭାରତ ସରକାରଙ୍କ କଡ଼ା ଆଭିମୁଖ୍ୟ । ଆକାଶପଥ ଓ ସ୍ଥଳପଥ ପରେ ଜଳପଥରେ ପାକିସ୍ତାନ ପାଇଁ ଭାରତ ଲଗାଇଲା କଟକଣା ।
 
ଭାରତୀୟ ବନ୍ଦରକୁ ପାକିସ୍ତାନୀ ଜାହାଜ ଆସିବା ଉପରେ ଲାଗିଲା କଟକଣା । ପାକିସ୍ତାନୀ ପତାକା ଲାଗିଥିବା କୌଣସି ଜାହାଜ ଭାରତର କୌଣସି ବନ୍ଦରକୁ ଆସିପାରିବନି । ସେହିପରି ଭାରତୀୟ ପତାକା ଲାଗିଥିବା ଜାହାଜକୁ ପାକିସ୍ତାନର କୌଣସି ବନ୍ଦର, ଜଳମାର୍ଗ ଏବଂ ଜାହାଜ ଚଳାଚଳ କ୍ଷେତ୍ରକୁ ଯିବାକୁ ବାରଣ କରାଯାଇଛି ।
 
ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ ନିର୍ଦ୍ଦେଶନାମା ଜାରି କରାଯାଇଛି ।
 

By Nirvay

Leave a Reply

Your email address will not be published. Required fields are marked *