ରାଜଧାନୀ ଛାଡ଼ିଲେ ଭାରତ ଓ ଇଂଲଣ୍ଡ ଖେଳାଳି । ଅହମ୍ମଦାବାଦ ଅଭିମୁଖେ ବାହାରିଲେ ଉଭୟ ଦଳର ଖେଳାଳି । ବାରବାଟୀରେ ଭାରତର ଗତକାଲି(ରବିବାର) ଦମଦାର ବିଜୟ ପରେ ଆଜି ଅହମ୍ମଦାବାଦ ଅଭିମୁଖେ ବାହାରିଲେ ଉଭୟ ଦଳର ଖେଳାଳି। ହୋଟେଲରୁ କଡା ସୁରକ୍ଷା ମଧ୍ୟରେ ସେମାନଙ୍କୁ ବିମାନ ବନ୍ଦର ଅଣାଯାଇଛି । ୧୨ ତାରିଖରେ ଅହମ୍ମଦାବାଦରେ ସିରିଜର ଶେଷ ମ୍ୟାଚ ଖେଳିବ ।

ଅନ୍ୟପଟେ ଭୁବନେଶ୍ବର ଛାଡ଼ିବା ପୂର୍ବରୁ ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ହୋଟେଲ ଆଗରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା ।

Leave a Reply

Your email address will not be published. Required fields are marked *