ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଅଣ୍ଡାର ମୂଲ୍ୟ ବଢାଇଲେ ରାଜ୍ୟ ସରକାର । ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି । ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡାର ମୂଲ୍ୟ ୨ ଟଙ୍କା ବଢାଇଛନ୍ତି । ଏଥିପାଇଁ ଅଧିକ ୧୭୫.୧୪ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର ।

ସୂଚନାଯୋଗ୍ୟ ଦିନକୁ ଦିନ ବଜାରରେ ଅଣ୍ଡା ଦର ବଢ଼ିବାରେ ଲାଗିଛି। ଦର ବୃଦ୍ଧି ଯୋଗୁ ପିଲାଙ୍କୁ ଅଣ୍ଡା ଦେବାରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅଣ୍ଡା ଦର ବଢ଼ାଇବାକୁ ଦାବି ହେଉଥିଲା। ଏହାକୁ ବିଚାର କରି ସରକାର ଅଙ୍ଗନବାଡି କେନ୍ଦ୍ର ପାଇଁ ଅଣ୍ଡା ଦର ବଢାଇଛନ୍ତି। ଏଥିପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *