ସବୁ ଥାନାରୁ ହଟିବ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି । ଏ ନେଇ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ । ସେ କହିଛନ୍ତି ଥାନାରେ ଥିବା ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ।ଗାଡ଼ି ହଟିଲେ ଜାଗା ସଫା ହେବ ଏବଂ ରାଜସ୍ବ ବଢିବ । ତେଣୁ ଏ ନେଇ ପୋଲିସ୍ କମିଶନରକୁ ଚିଠି କରିବ ଭୁବନେଶ୍ୱର ମହାନଗର ନିଗମ ।

ଥାନା ସହ ବିଏମ୍‌ସିର ଅବ୍ୟହୃତ ଓ ଅଚଳ ଗାଡ଼ି ସ୍କ୍ରାବ୍ ହେବ । ବିଏମ୍‌ସି ସହରରୁ ବାହାରୁଥିବା ବର୍ଜ୍ୟକୁ ନେଇ ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟିରେ ପ୍ରକ୍ରିୟାକରଣ କରୁଛି । ଏହି ଢାଞ୍ଚାରେ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରି ଏହାର ସାମଗ୍ରୀକୁ ଅନ୍ୟତ୍ର ଉପଯୋଗ କରାଯିବ ।

Leave a Reply

Your email address will not be published. Required fields are marked *