ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ବିବାଦ ତେଜିବାରେ ଲାଗିଛି। ଏହାରି ମଧ୍ୟରେ ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଠରେ ବସିଲା ବୈଠକ । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ରହିଛନ୍ତି । ତେବେ ରବିବାର ଦିନ ବସିଥିବା ଶ୍ରମନ୍ଦିର ପ୍ରଶାସନର ବୈଠକ ବାବଦରେ ଆଇନମନ୍ତ୍ରୀଙ୍କୁ ଅବଗତ କରିବେ ଶ୍ରୀମନ୍ଦିର ପ୍ରଶାସକ । ଏହା ସହ ଦାରୁ’ ବିବାଦ, ଦୀଘା ଜଗନ୍ନାଥ ଧାମ ବିବାଦ, ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗ, ପଶ୍ଚିମବଙ୍ଗରେ ଚାଲିଥିବା ବୟକଟ୍ ପୁରୀ କ୍ୟାମ୍ପେନ ପ୍ରସଙ୍ଗରେ ବିସ୍ତୃତ ଭାବେ ବୈଠକରେ ଆଲୋଚନା କରାଯିବ। ସୂଚନା ଯୋଗ୍ୟ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦ ପ୍ରସଙ୍ଗରେ ରବିବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ।ରାମକୃଷ୍ଣ ଦାସମହାପାତ୍ରଙ୍କୁ ପଚରା ଉଚରା ପରେ ତାକୁ ୭ ଦିନ ମଧ୍ୟରେ କୈଫିୟତ ତଲବ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । Post navigation ଜମ୍ମୁ-କାଶ୍ମୀରରେ ଜେଲ୍ ଉପରେ ଆତଙ୍କୀ ହମ୍ଲା ଆଲର୍ଟ ଦୀଘାରେ ଜଗନ୍ନାଥ ଧାମ ନାଁ ବିବାଦ; ମୁହଁ ଖୋଲିରେ ମମତା ବାନାର୍ଜୀ