କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ପିଜି ମେଡିକାଲ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) । ଚିଠିରେ ଆଇଏମ୍‌ଏ ତରଫରୁ ୫ଟି ବଡ଼ ଦାବି ଜଣାଯାଇଥିବା ସୂଚନା । ସବୁ ହସ୍ପିଟାଲର ସୁରକ୍ଷା ପ୍ରୋଟୋକଲ ବିମାନ ବନ୍ଦର ଭଳି କରିବାକୁ ଦାବି ସହ ହସ୍ପିଟାଲକୁ ସେଫ୍‌ ଜୋନ୍‌ ଭାବେ ଘୋଷଣା କରିବା ,ସିସିଟିଭି ସହ ସୁରକ୍ଷାକର୍ମୀଙ୍କୁ ମୁତୟନ କରିବା, ଏଥିସହ କୋଲକାତା ଦୁଷ୍କର୍ମ ପରେ ହତ୍ୟା ଘଟଣାର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତଦନ୍ତ ସାରି ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା ସହ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରି ଦାବି କରିଛନ୍ତି ଆଇଏମ୍‌ଏ ।

Leave a Reply

Your email address will not be published. Required fields are marked *