ଭଙ୍ଗାଯିବ ବେଆଇନ ଘର । ବେଆଇନ ଘର ହୋଇଥିଲେ ଭଙ୍ଗାଯିବ କହିଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ। ସେ କହିଛନ୍ତି କଟକ ଧବଳେଶ୍ୱରରେ ସରକାରୀ ଜମି ବିକ୍ରିର ଯାଞ୍ଚ ହେବ। ଘଟଣାସ୍ଥଳକୁ ଅଧିକାରୀ ଯାଇ ଯାଞ୍ଚ କରିବେ । ଯଦି ଗଫଲାତି ବାହାରେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କଟକ ଜିଲ୍ଲାପାଳ ଆଉ ମଧ୍ୟ କହିଛନ୍ତି ଠକାମୀର ଶିକାର ହୋଇଥିଲେ ଥାନାରେ ଆସି ଅଭିଯୋଗ କରନ୍ତୁ । ଠକମୀର ଶିକାର ହୋଇଥିଲେ ମଧ୍ୟ ନ୍ୟାୟ ପାଇଁ କାର୍ଯ୍ୟ କରାଯିବ । କିଛି ବ୍ୟକ୍ତିଙ୍କ ନାମରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି । ବେଆଇନ ଭାବେ ଜାଗା କିଣି ଘର କରିଥିଲେ ଉଚ୍ଛେଦ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି । Post navigation ନିଜକୁ ଚାବୁକରେ ମାରିଲେ ତାମିଲନାଡୁ ବିଜେପି ସଭାପତି ଆନାମଲାଇ ; ଜାଣନ୍ତୁ କଣ ରହିଛି ଏହା ପଛର କାରଣ ନୂଆବର୍ଷରେ ଜିରୋ ନାଇଟ ନେଇ କମିଶନରେଟ ପୋଲିସର ପ୍ରସ୍ତୁତି; ବିଶୃଙ୍ଖଳାକାରୀଙ୍କ ଉପରେ କଡ଼ା ନଜର