ମାଫିଆଙ୍କ କବ୍ଜାରେ ଯାଜପୁରର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ । ପୂର୍ବ ସରକାର ସମୟରେ ସ୍ଥିତି ଯାହାଥିଲା ନୂଆ ସରକାର ଆସିବା ପରେ ବି ସ୍ଥିତି ସେଭଳି ହିଁ ଅଛି । ସେତେବେଳେ ବି ପୂର୍ବତନ ଯାଜପୁର ବିଧାୟକ ଓ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକାର ଶିକାର ହେଉଥିଲେ ସ୍ଥାନୀୟ ବାସିନ୍ଦା ଏବେ ମଧ୍ୟ ଯାଜପୁର ବିଧାୟକଙ୍କ ଜାଣତରେ ପାହାଡ଼ ଲୁଟ ଚାଲିଛି । ସ୍ଥିତି କିଛି ବଦଳୁନି । ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଲୁଟ୍ ଚାଲିଥିବାରୁ ପ୍ରତିବାଦ କରିବାକୁ ସାଧାରଣ ଲୋକଙ୍କ ସାହସ ପାଉନାହିଁ । ଆରୁହା ପାହାଡ଼ରେ ୫ଟି କଳାପଥର ଖାଦାନ ରହିଛି । ଏହି କଳାପଥର ଖାଦାନଗୁଡିକ ସ୍କୁଲ, ରେଲୱେ ଲାଇନ ଓ ବସତି ନିକଟରେ ରହିଛି । ବେଆଇନ ବ୍ଲାଷ୍ଟିଙ୍ଗ୍ ଦ୍ଵାରା ସାଧାରଣ ଲୋକଙ୍କ ଘର ଫାଟିବା ଭାଙ୍ଗିବା ସହିତ ଲୋକ ମାନେ ରାତିରେ ଶୋଇ ପାରୁନାହାଁନ୍ତି । ବ୍ଲାଷ୍ଟିଙ୍ଗ୍ ଦ୍ଵାରା ଛୋଟ ପିଲା ମାନେ ଭୟରେ ପାଠ ପଢ଼ି ପାରୁନାହାନ୍ତି । କଳାପଥର ଖାଦାନ ବିସ୍ଫୋରଣରେ ହେଉଥିବା ପ୍ରଦୂଷଣ ଯୋଗୁଁ ଅଞ୍ଚଳବାସୀ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ସାଧାରଣରେ ପ୍ରଶ୍ନ ଉଠିଛି ଏଠି ମାଫିଆ ମାନେ କାହା ଇଙ୍ଗିତରେ ଦିନ ଦୁଇ ପହରେ ଲୁଟ୍ ପାଟ୍ କରୁଛନ୍ତି? ତେବେ ଯେଉଁ ସରକାର ଆସିଲେ ବି କଣ ସ୍ଥିତି ସେଭଳି ହିଁ ରହିବ? ନିର୍ବାଚନ ସମୟରେ କୁହାଯାଉଥିଲା ଡବଲ ଇଞ୍ଜିନ ସରକାରରେ କୈାଣସି ଚୋରି, ଅନିୟମତା ଓ ଲୁଟ୍ ପାଟ୍ କୁ ପ୍ରସୟ ଦିଆଯିବ ନାହିଁ । ପରିବର୍ତ୍ତନ ପାଇଁ ନିର୍ବାଚନ ସମୟରେ ଅଞ୍ଚଳବାସୀଙ୍କୁ ଦେଇଥିବା ନୂଆ ସରକାରର ପ୍ରତିଶୃତି ଏବେ ନିରୀହ ଜନତା ଓ ଶିଶୁଙ୍କ ପାଇଁ ପାଣିର ଗାର ସଦୃଶ୍ୟ ପରିଲକ୍ଷିତ ହେଉଛି । Post navigation ଗୋ ଚାଲାଣକାରୀଙ୍କୁ ଏନକାଉଣ୍ଟର କଲା ପୁଲିସ ମାହାଙ୍ଗା ପରେ ସାଲେପୁର, ଜମୁଛି ପଦ୍ମ କନ୍ଦଳ