ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ହାଜର ହେବେ ଆଇସିସି ସଦସ୍ୟ । ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ଆଜି ବାଲେଶ୍ୱର ଯିବ ଉଚ୍ଚଶିକ୍ଷା ବିଭାଗର ଉଚ୍ଚସ୍ତରୀୟ କମିଟି । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ତଦନ୍ତ କମିଟି ପାଖରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ICC ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଓ ଆସନ୍ତାକାଲି FM କଲେଜରେ ବ୍ୟକ୍ତିଗତ ହାଜର ହେବା ପାଇଁ ବାଲେଶ୍ୱର ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ ହୋଇଛି । ଆହତ ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କୁ ଛାଡ଼ି ଅନ୍ୟ ୯ ଜଣଙ୍କୁ ହାଜର ନିର୍ଦ୍ଦେଶ । ICC ସଦସ୍ୟଙ୍କୁ ଅବଗତ ପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । Post navigation ବିଚାର ବିଭାଗୀୟ ତଦନ୍ତ ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ: ମିଳିତ ବିରୋଧୀ ଦଳ ଚାନ୍ଦିପୁରରେ ଅଗ୍ନି-୧ ଓ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ