ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ପ୍ରତିକ୍ରିୟା ଦେଇଛନ୍ତି ଆଇସିସି କୋର୍ଡିନେଟର୍ ଜୟଶ୍ରୀ ମିଶ୍ର ଏବଂ ସଦସ୍ୟ ମୀନତି ସେଠୀ । ଏଚ୍ଓଡି ସମୀର ସାହୁଙ୍କ ନାଁରେ ଅଭିଯୋଗ ନେଇ ରଖିଲେ ତଥ୍ୟ । ତଥ୍ୟ ଅନୁସାରେ ସୌମ୍ୟାଶ୍ରୀଙ୍କ ଅଭିଯୋଗ ମୁତାବକ ଯାଞ୍ଚ କରିବା ପରେ ରିପୋର୍ଟ ପ୍ରଦାନ କରାଯାଇଥିଲା । ଯାହା ଯୌନ ନିର୍ଯାତନାକୁ ନିଶ୍ଚିତ ଇଙ୍ଗିତ କରୁଥିଲା। ପ୍ରତ୍ୟକ୍ଷ ପ୍ରମାଣ ନ ଥିଲା କିନ୍ତୁ ଏଚ୍ଓଡିଙ୍କ ବଦଳି ପାଇଁ ମୌଖିକ ଭାବେ ଅଧ୍ୟକ୍ଷଙ୍କୁ ନିକଟରେ ସୁପାରିଶ କରାଯାଇଥିଲା ।

ଆଇସିସି ସଦସ୍ୟ ମୀନତି ସେଠୀ କହିଛନ୍ତି, ଜୁନ ୩୦ ତାରିଖରେ କମିଟି ନିକଟକୁ ଅଭିଯୋଗ ଆସିଥିଲା । ଯୌନ ନିର୍ଯ୍ୟାତନା, ପରୀକ୍ଷାରୁ ବଞ୍ଚିତ କରିବା ଏବଂ ଶ୍ରେଣୀ ବାହାରେ ଠିଆ କରିବା ଭଳି ମାନସିକ ନିର୍ଯ୍ୟାତନାର ଅଭିଯୋଗ ଥିଲା । ପରୀକ୍ଷାରୁ ବଞ୍ଚିତ ହେବା ପରେ ସେ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲା । ତାଙ୍କ ଅଭିଯୋଗ ଯୌନ ନିର୍ଯାତନାକୁ ନିଶ୍ଚିତ ଇଙ୍ଗିତ କରୁଥିଲା । ତାଙ୍କର ଅଭିଯୋଗ ଅନୁଯାୟୀ ଜୁଲାଇ ୧ ତାରିଖରେ ଆଇସିସି କମିଟି ଗଠନ କରାଯାଇଥିଲା । ଏଚ୍ଓଡି ସୌମ୍ୟାଶ୍ରୀଙ୍କୁ ଥରେ ଏକୁଟିଆ ସମୟରେ ଫେବର୍ ମାଗିଥିଲେ । ମାତ୍ର କିଛି ପ୍ରତ୍ୟକ୍ଷ ପ୍ରମାଣ ନ ଥିଲା, ଏପରି ଘଟଣାରେ ବି ନ ଥାଏ । ଏପରି କଥାରେ କେହି ସାକ୍ଷୀ ନ ଥାନ୍ତି, କାହାକୁ କିଏ ବସାଇକି କହିବ କି । ତାଙ୍କ ଅଭିଯୋଗର ସତ୍ୟତା ଥାଇପାରେ, ମାତ୍ର ପ୍ରମାଣ ପାଇଲୁ ନାହିଁ ।

ସେ ଆଉ ମଧ୍ୟ କହିଛନ୍ତି ଏହି ମାମଲାରେ କମିଟି ବିଏଡ୍ ବିଭାଗର ୬୦ ଜଣ ପିଲାଙ୍କୁ ପଚରାଉଚରା କରିଥିଲା । ଅନ୍ୟ ପିଲାମାନେ ମଧ୍ୟ ଏଚ୍ଓଡିଙ୍କ ନାଁରେ ଅଭିଯୋଗକୁ ଗ୍ରହଣ କଲେନି । ମାତ୍ର ସାର୍‌ଙ୍କ ବ୍ୟବହାର ଠିକ୍‌ ନ ଥିଲା ବୋଲି ପଚାରି ବୁଝି ପାରିଲୁ । ତେଣୁ ରିପୋର୍ଟରେ ଏଚ୍ଓଡିଙ୍କୁ ଭଲ ବ୍ୟବହାର ପାଇଁ ଲେଖିଥିଲୁ । ଏଚ୍ଓଡିଙ୍କୁ ତୁରନ୍ତ ବଦଳାଇବାକୁ ଲେଖିବା ସହ ମୌଖିକ ଭାବେ କହିଥିଲୁ । ଏଚ୍ଓଡିଙ୍କୁ ତୁରନ୍ତ ବଦଳାଇଥିଲେ ପିଲା ଖୁସି ହୋଇଥାନ୍ତା, ନ୍ୟାୟ ଆଶା ରଖିଥାନ୍ତା ।

Leave a Reply

Your email address will not be published. Required fields are marked *