କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ୍ ଅଧିକାରୀ ସୁଜାତା ଆର୍. କାର୍ତ୍ତିକେୟନ । ଅର୍ଥ ବିଭାଗରେ ସ୍ୱତନ୍ତ୍ର ସଚିବଭାବେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସାଧାରଣ ନିର୍ବାଚନବେଳେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଯାଇଥିଲା । ଏହାପରେ ତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ବ ଦିଆଯାଇଥିଲା । ପୂର୍ବତନ ଆଇଏଏସ ତଥା ବିଜେଡି ନେତା ରହିଥିବା ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ସ୍ତ୍ରୀ ହେଉଛନ୍ତି ୨୦୦୦ ବ୍ୟାଚର ଆଇଏଏସ ସୁଜାତା କାର୍ତ୍ତିକେୟନ । ନିର୍ବାଚନ ପରେ ମେ ୩୧ରୁ ପ୍ରଭାବଶାଳୀ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ ୬ ମାସ ଛୁଟିରେ ଯାଇଥିଲେ । ପିଲାଙ୍କ ପାଠ ପଢ଼ା ପାଇଁ ସେ ଛୁଟିରେ ଯାଇଥିଲ । ସେହି ସମୟରେ ପିଛିଲା ଭାବେ ମେ ୩୧ରୁ ନଭେମ୍ବର ୨୬ ପର୍ଯ୍ୟନ୍ତ ତାଙ୍କ ଛୁଟିକୁ ମଞ୍ଜୁରୀ ଦେଇଥିଲେ ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା। ଏହା ପରେ ପୁଣି ଥରେ ଆଉ ୬ ମାସ ଛୁଟି ଅବଧି ବୃଦ୍ଧି କରିବାକୁ ଆବେଦନ କରିଥିଲେ ସୁଜାତା। ତାଙ୍କ ଆବେଦନ ଅଗ୍ରାହ୍ୟ କରି ନଭେମ୍ବର ୨୭ରୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର । Post navigation ଭିଜିଲାନ୍ସ ଜାଲରେ କେନ୍ଦୁଝର କନିଷ୍ଠ ଖଣି ଅଧିକାରୀ ବାରହା ମାରିବାକୁ ଇଲେକ୍ଟ୍ରି କରେଣ୍ଟ ବ୍ୟବହାର କରୁଥିଲେ ସାବଧାନ ; ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ