ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମାରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ମେ ୭ ଏବଂ ୮ ତାରିଖରେ ଭାରତ-ପାକିସ୍ତାନ ସୀମା ନିକଟରେ ଏକ ବଡ଼ ସମରାଭ୍ୟାସ କରିବାକୁ ଯାଉଛି । ଏହି ଅଭ୍ୟାସରେ ଭାରତୀୟ ବାୟୁସେନା ରାଜସ୍ଥାନ ସୀମା ନିକଟରେ ନିଜର ଶକ୍ତି ପ୍ରଦର୍ଶନ କରିବ । ଭାରତୀୟ ବାୟୁସେନାକୁ ପ୍ରସ୍ତୁତ କରିବା ପାଇଁ ଏହି ଆକାଶ ଅଭ୍ୟାସ କରାଯାଉଛି । ସମରାଭ୍ୟାସରେ ରାଫେଲ, ମିରେଜ୍-୨୦୦୦, ସୁଖୋଇ-୩୦ ସହ ଅନ୍ୟ ଲଢୁଆ ବିମାନ ମଧ୍ୟ ଭାଗ ନେବେ । ପାଇଲଟ, ଏୟାରମ୍ୟାନ, ବିମାନ ଚଳାଚଳ ସହିତ ଜଡ଼ିତ ବ୍ୟକ୍ତିଙ୍କୁ ଏହି ନୋଟିସ ଜାରି କରାଯାଇଛି । Post navigation ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷର କଲେ ଭାରତ-ବ୍ରିଟେନ