ନୂଆଖାଇ ଅବସରରେ ଦୁଇଦିନିଆ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପ୍ଟେମ୍ବର ୮ ତାରିଖରେ ପବିତ୍ର ନୂଆଖାଇ ଅବସରରେ ଅପରାହ୍ନ ୪ଟା ୨୫ରେ ସେ ସ୍ଥାନୀୟ ତପସ୍ୱିନୀ ଅଡିଟୋରିୟମରେ ସିଏମ୍‌ କିଶାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସେଥିପାଇଁ ୮ ତାରିଖରେ ସମ୍ବଲପୁର ଗସ୍ତରେ ଯାଇ ୯ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି ।  ୮ ତାରିଖ ଦିନ ସମ୍ବଲପୁରରେ ପହଞ୍ଚି ମା’ ସମଲେଶ୍ବରୀଙ୍କୁ ଦର୍ଶନ କରିବା ସହ ଏକାଧିକ ନୂଆଖାଇ ଭେଟଘାଟରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Leave a Reply

Your email address will not be published. Required fields are marked *