ଗୃହ ବିଭାଗର ଶ୍ବେତପତ୍ର ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି। ଶ୍ବେତପତ୍ରରେ ରାଜ୍ୟରେ ଅପରାଧ, ଆଇନଶୃଙ୍ଖଳା ନେଇ ତଥ୍ୟ ରହିଛି। ୨୦୨୩ ବର୍ଷରେ ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। ୩ ମାଓବାଦୀ ନିହତ ହୋଇଥିବା ବେଳେ ୧୩ ମାଓବାଦୀ ଗିରଫ ହୋଇଥିବା ରିପୋର୍ଟ ଦିଆଯାଇଛି। ୧ ଲକ୍ଷ ୯୯ ହଜାର ୯୫୪ ଧର୍ତବ୍ୟ ଆପରାଧିକ ମାମଲା, ୧ ହଜାର ୩୬୨ ହତ୍ୟା, ୩୭୦ ଡକାୟତି ମାମଲା, ବର୍ଷକରେ ୨୮୨୬ ଦୁଷ୍କର୍ମ ମାମଲା ରୁଜୁ, ୨୭୬୨ ସତ୍ୟ ଥିବା ରିପୋର୍ଟ ଦିଆଯାଇଛି। ୧୧ ହଜାର ୯୯୨ଟି ଦୁର୍ଘଟଣା, ୬ ହଜାର ୧୯୬ଟି ପ୍ରତାରଣା ମାମଲା ରାହିଛି।

Leave a Reply

Your email address will not be published. Required fields are marked *