ବାଂଲାଦେଶ ଇସ୍କନ ସହ ଜଡିତ ଧର୍ମଗୁରୁ ଚିନ୍ମୟ କୃଷ୍ଣ ଦାସ ପ୍ରଭୂଙ୍କୁ ସୋମ‌ବାର ଅପରାହ୍ନରେ ଗିରଫ କରାଯାଇଛି । ତାଙ୍କ ଉପରେ ଦେଶଦ୍ରୋହ ଏବଂ ସାଂପ୍ରଦାୟିକ ସୋହାର୍ଦ୍ଦକୁ କ୍ଷତି ପହଞ୍ଚାଇଥୁବାର କେସ୍ ରହିଛି । ଚିନ୍ମୟ ପ୍ରଭୂଙ୍କ ସହାୟକ ଆଦି ପ୍ରଭୂ ସୂଚନା ଦେଇଛନ୍ତି ଯେ, ତାଙ୍କୁ ଢାକାର ମିଣ୍ଟୁ ରୋଡସ୍ଥିତ ଡିବି କାର୍ଯ୍ୟାଳୟରୁ ଗିରଫ କରାଯାଇଛି । ଚିନ୍ମୟ ପ୍ରଭୂ ମଧ୍ଯ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଭାବେ ଜଣାଶୁଣା । ତାଙ୍କର ମୁକ୍ତି ଦାବି କରି ଢାକାରେ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ପ୍ରଦର୍ଶନକରୀ ଢାକାର ସହବାଗଠାରେ ଥିବା ମୁଖ୍ୟ ସଡକଗୁଡିକୁ ଜାମ କରିଦେଇଛନ୍ତି । ପ୍ରଦର୍ଶନକାରୀ ‘ହମ ନ୍ୟାୟ ୟ କେ ଲିୟେ ମରେଙ୍ଗେ, ହମ ଇସକେ ଲିୟେ ଲଡେଙ୍ଗେ’ର ନାରା ଲଗାଉଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଚିନ୍ମ ଚିନ୍ମୟ ପ୍ରଭୂ ଢାକାରୁ ଚଟଗାଓଁ ଯିବା ପାଇଁ ହଜରତ ଶାହଜଲା ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚୁଥ୍ ଥିଲେ । ସେଠାରୁ ତାଙ୍କୁ ଡିଟେକ୍ଟିଭ୍ ପୁଲିସ୍ ଗି ରଫ କରିଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ଥିବା ରସ୍କନର ଅନ୍ୟ ସଦସ୍ୟଙ୍କ ମୁତାବିକ୍ ଡିବି ଡିବି ପୁଲିସ୍ ଗିରଫଦାରୀବେଳେ କୌଣସି ଗିରଫ ଓ୍ବାରେଣ୍ଟ ଦେଖାଇନଥିଲା । ସେମାନେ କେବଳ ଏତିକି କହିଥିଲେ ଯେ, ସେମାନେ ଚିନ୍ମୟ ପ୍ରଭୂଙ୍କ ସହ କଥା ହେବାକୁ ଚାହୁଁଛନ୍ତି । ଏହାପରେ ତାଙ୍କୁ ମାଇକ୍ରୋବସ୍‌ରେ ବସାଇ ନେଇଯାଇଥିଲେ ।

 

 

Leave a Reply

Your email address will not be published. Required fields are marked *