ଦିନକୁ ଦିନ ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରଜାନୀତି। ପ୍ରଚାର ସାଙ୍ଗକୁ ଦଳ ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ଓଡିଶାକୁ କେନ୍ଦ୍ରୀୟ ନେତା ଘନ ଘନ ଗସ୍ତ କରି ପ୍ରଚାର କରିବା ସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସତ୍ୟବାଦୀ ସଭାରେ ସାମିଲ ହୋଇ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ସଭାରେ ପାଣ୍ଡିଆନଙ୍କୁ ସମାଲୋଚନା ସହ ଓଡ଼ିଶା ଲୋକଙ୍କୁ ଟଙ୍କାଏ, ଦୁଇଟଙ୍କା ଚାନ୍ଦା ଆଦାୟ କରିବାକୁ ଓଡ଼ିଶା ଲୋକଙ୍କୁ ଅପିଲ କରିଛନ୍ତି। ସେ କହିଛନ୍ତି ଚାନ୍ଦା ଆଦାୟ କରି ପାଣ୍ଡିଆନଙ୍କ ପାଇଁ ତାମିଲନାଡୁକୁ ପ୍ଲେନ ଟିକେଟ କିଣନ୍ତୁ । ଏମିତି କଲେ ଓଡ଼ିଶା ରାଜ୍ୟ ଓ ଓଡ଼ିଆ ବସୀ ବଞ୍ଚିଯିବେ ।

Leave a Reply

Your email address will not be published. Required fields are marked *