କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ପିଜି ହଷ୍ଟେଲର କିଛି ଛାତ୍ର ଝାଡ଼ାବାନ୍ତିରେ ଅସୁସ୍ଥ ହେବା ପରେ ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରେ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀର ଲିଜ୍ ବାତିଲ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ । ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଏବେ ସ୍ଥିତି ନିୟନ୍ତ୍ରଣାଧୀନ, କେଉଁ କାରଣ ପାଇଁ ହେଲା ଯାଞ୍ଚ ଚାଲିଛି । ସାମ୍ପଲ୍ ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିଲେ କାରଣ ସ୍ପଷ୍ଟ ହେବ । ଆଜି ସୁଦ୍ଧା ଅସୁସ୍ଥ ଛାତ୍ର ସୁସ୍ଥ ହୋଇଯିବା ନେଇ ଆଶା କରାଯାଉଛି । ଆଜି ମାନନୀୟ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି, ନିଆଳି ବିଧାୟକ ଛବି ମଲ୍ଲିକଙ୍କ ଉପସ୍ଥିତରେ ଅସୁସ୍ଥ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି । ସୂଚନା ଯୋଗ୍ୟ; ରେଭେନ୍ସା ବିଶ୍ୱବିଦ୍ୟାଳୟ ନ୍ୟୁ ପିଜି ଏବଂ ଧର୍ମପଦ ଛାତ୍ରାବାସରେ ୪୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ରାତିରେ ଖାଇ ସାରିବା ପରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ଛାତ୍ରମାନେ । ସେମାନଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କର ଫୁଡ ପଏସନିଂ ହୋଇଥିବାର ଆଶଙ୍କା କରାଯାଉଛି । ବର୍ତ୍ତମାନ ସମସ୍ତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି । Post navigation ଏଫଏମ୍ କଲେଜ ଘଟଣା; ରାଜରାସ୍ତାରେ ଗର୍ଜିଲା ବିଜେଡ଼ି ଓ କଂଗ୍ରେସ ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା: ରାଷ୍ଟ୍ରପତିଙ୍କୁ ସାକ୍ଷାତ ପାଇଁ ଚିଠି ଲେଖିଲେ ବିଜେଡି ଓ କଂଗ୍ରେସ