ଉଚ୍ଚ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ‘AI for ALL’ ପାଠ୍ୟକ୍ରମ । ଓଡ଼ିଶା ବିଧାନସଭା ନିଶ୍ଚିତ କରାଯାଇଛି ଯେ ରାଜ୍ୟର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଖୁବ୍ ଶୀଘ୍ର କୃତ୍ରିମ ବୁଦ୍ଧିମତ୍ତା ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ”AI for ALL” ପାଠ୍ୟକ୍ରମ ପ୍ରଚଳନ କରିବେ। ଏ ନେଇ AI ଶିକ୍ଷାକୁ ପ୍ରୋତ୍ସାହନ କରିବାକୁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତୁତି । ଏ ନେଇ ସୂଚନା ଦେଇଛନ୍ତି ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି AI for ALL ପାଠ୍ୟକ୍ରମ ଜରିଆରେ AI ଶିକ୍ଷା ଦିଆଯିବ । AI ଦ୍ୱାରା ଛାତ୍ରଛାତ୍ରୀମାନେ ଏହି ପାଠ୍ୟକ୍ରମ ଦ୍ୱାରା ରୋବୋଟିକ୍ସ, Machine Learning ଏବଂ ଡିଜିଟାଲ୍ ଦକ୍ଷତାରେ ପାରଦର୍ଶୀ ହେବେ। ଏନେଇ ରାଜ୍ୟରେ ରମାଦେବୀ ବିଶ୍ଵ ବିଦ୍ୟାଳୟରେ AI & Robotics Center of Excellence ଖୋଲାଯାଇଛି ଏବଂ କଲେଜରେ ‘AI for ALL’ ପାଠ୍ୟକ୍ରମ ଆରମ୍ଭ ହୋଇଛି। ରମା ଦେବୀ ବିଶ୍ୱବିଦ୍ୟାଳୟ ପୂର୍ବରୁ ଏକ ଏଆଇ ଏବଂ ରୋବୋଟିକ୍ସ ସେଣ୍ଟର ଅଫ୍ ଏକ୍ସିଲେନ୍ସ ପ୍ରତିଷ୍ଠା କରିଛି, ଯେତେବେଳେ ସମ୍ବଲପୁର ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ କଳାରେ ସ୍ନାତକୋତ୍ତର ସ୍ତରରେ ଏଆଇ ପାଠ୍ୟକ୍ରମ ପ୍ରଚଳନ କରିଛି। ଏହି ପଦକ୍ଷେପଗୁଡ଼ିକ ମୁଖ୍ୟଧାରାର ଶିକ୍ଷାରେ ଏଆଇକୁ ସମନ୍ୱିତ କରିବା ପାଇଁ ଓଡ଼ିଶାର ବର୍ଦ୍ଧିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। Post navigation Premium Petrol Hike: ଆଜିଠୁ ବଢ଼ିଲା ପ୍ରିମିୟମ ପେଟ୍ରୋଲ୍ ଦାମ୍ Govt Regularises Jobs of Schematic Junior Teachers: ନିୟମିତ ହେଲେ ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଟିଚର