ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟରେ ନୋଟିସ । ସେପ୍ଟେମ୍ବର ୨୩ରେ କୋର୍ଟରେ ହାଜର ହେବାକୁ ଦିଆଗଲା ନିର୍ଦ୍ଦେଶ । ନିର୍ବାଚନ ପୂର୍ବରୁ ସତ୍ୟପାଠରେ ଅପରାଧିକ ମାମଲା ଲୁଚାଇଥିବା ନେଇ ଅଭିଯୋଗରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଦୀପାଳି ଦାସ ।

ସୂଚନା ମୁତାବକ; ଚଳିତବର୍ଷ ନିର୍ବାଚନରେ ଝାରସୁଗୁଡା ବିଧାୟକ ପଦରୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଠାରୁ ହରିଯାଇଥିଲେ ବିଜେଡି ପ୍ରାର୍ଥୀ ତଥା ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ। କିନ୍ତୁ ପରବର୍ତ୍ତୀ ସମୟରେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ହାଇକୋର୍ଟର ଦ୍ବାରସ୍ଥ ହେବା ସହ ଝାରସୁଗୁଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା ପାଇଁ ଦୀପାଳି ଏହି ମାମଲା ରୁଜୁ କରିଥିଲେ ।

ଦୀପାଳି କହିଥିଲେ ଟଙ୍କଧର ଦାଖଲ କରିଥିବା ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଓ ଏଥିରେ ତାଙ୍କ ବିରୋଧରେ ଥ‌ିବା ଅପରାଧୂକ ମାମଲା ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ଦିଆଯାଇ ନାହିଁ ମିଥ୍ୟା ସତ୍ୟପାଠ ଦେଇଥିବାରୁ ଜନ ପ୍ରତିନିଧୂ ଆଇନ ଅନୁସାରେ ଟଙ୍କଧର ତ୍ରିପାଠୀଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରାଯାଉ ।

Leave a Reply

Your email address will not be published. Required fields are marked *