ରାଜ୍ୟ କଂଗ୍ରେସ ଭବନ ସମ୍ମୁଖରେ ହାଇଡ୍ରାମା । ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ଆଜି ନିଜ ସମର୍ଥକଙ୍କ ସହିତ କଂଗ୍ରେସରେ ମିଶିବାକୁ ଆସିଥିବା ବେଳେ କଂଗ୍ରେସ ଭବନ ଗେଟ୍ ନ ଖୋଲିବାକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ପଷ୍ଟମତ ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି । ସେ କଂଗ୍ରେସର ସଦସ୍ୟ ହୋଇପାରିବେ ନାହିଁ । ସଦସ୍ୟତା ମଗା ଯାଏ, ଛଡ଼ାଇକି ନିଆଯାଏ ନାହିଁ । ରାହୁଲ ଗାନ୍ଧିଙ୍କ ପାଖକୁ ଯଦି ଯାଇପାରିବେ ଯାଆନ୍ତୁ । ମୁଁ କଂଗ୍ରେସ ଅଧ୍ୟକ୍ଷ ଭାବେ କହୁଛି, ତାଙ୍କୁ ଗ୍ରହଣ କରାଯିବନି । ସେ କୌଣସି ଦଳୀୟ ଟିକେଟ୍ ଆଶାରେ ମିଶିବାକୁ ଆସିନାହାଁନ୍ତି । ସୂଚନା ଯୋଗ୍ୟ; କଂଗ୍ରେସ ଭବନରେ ମିଶ୍ରଣ ପର୍ବକୁ ନାଣ୍ଡୁ ଧଳ ନିଜ ସମର୍ଥକଙ୍କ ସହିତ ଆସି ପହଁଚି ଥିଲେ । କିନ୍ତୁ ନାଣ୍ଡୁଙ୍କ ପାଇଁ ଗେଟ୍ ଖୋଲି ନ ଥିଲା । ଏପରିକି ପୋଲିସ ମୁତୟନ ହୋଇଥିଲେ । ଫାଟକରେ ତାଲା ପକାଇଯାଇଥିଲା । କାହାରିକୁ ଭିତରକୁ ଯିବାକୁ ଅନୁମତି ମିଳି ନ ଥିଲା । ଏପରିକି ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ କାର୍ଯ୍ୟାଳୟକୁ ଆସିନଥିଲେ । କଂଗ୍ରେସ ଭବନ ଭିତରକୁ ପ୍ରବେଶ କରାଇ ନଦେବାରୁ ମତ ରଖିଛନ୍ତି ନାଣ୍ଡୁ ଧଳ । ସେ କହିଛନ୍ତି ତାଙ୍କର ଭକ୍ତ ଦାସଙ୍କ ସହିତ ଆଲୋଚନା ହୋଇଥିଲା । ସେ କୌଣସି ଦଳୀୟ ଟିକେଟ୍ ଆଶାରେ ମିଶିବାକୁ ଆସିନାହାଁନ୍ତି । କଂଗ୍ରେସ ସହିତ ପୂର୍ବରୁ ଅଛନ୍ତି, କେବଳ ଦଳକୁ ଆଗକୁ ନେବାକୁ ସେ ମିଶିବାକୁ ଇଚ୍ଛା କରୁଥିଲି । ଏନେଇ ଷଡଯନ୍ତ୍ର କରାଯାଇଛି। ଏହା ସହ ଯଦି ଭୁବନେଶ୍ୱରରେ ସାମିଲ ନ କରାଯାଏ ସିଏ ଦିଲ୍ଲୀ ଯାଏ ଯିବେ । ରାହୁଲ ଗାନ୍ଧୀଙ୍କୁ ଦେଖା କରିବେ ଏବଂ ସେ ସେମାନଙ୍କ କଥା ବୁଝିବେ ବୋଲି ଚେତାବନୀ ଦେଇଛନ୍ତି ନାଣ୍ଡୁ ଧଳ । Post navigation Nuapada By-Election: ୨୪ ବର୍ଷର ଶାସନ; ପ୍ରାର୍ଥୀ ଖୋଜି ପାଉନି ବିଜୁ ଜନତା ଦଳ Bihar Assembly Election 2025: ବିହାର ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି