ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତି ହସ୍ତାନ୍ତର ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ହାଇକୋର୍ଟ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତି ସମ୍ପର୍କିତ ଏକ ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ସପକ୍ଷରେ ରାୟ ଦେଇଛନ୍ତି ହାଇକୋର୍ଟ । ଶ୍ରୀଜଗନ୍ନାଥ ମନ୍ଦିର ସମ୍ପିତ୍ତିର ବିକ୍ରି, ଲିଜ୍ ବା ହସ୍ତାନ୍ତର ଓ ମ୍ୟୁଟେସନ ପ୍ରସଙ୍ଗରେ ସ୍ପଷ୍ଟ ମାର୍ଗଦର୍ଶିକା ପ୍ରଣୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ରାୟ ପରେ  ହାଇକୋରଟଙ୍କ ରାୟକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରତିକ୍ରିୟା ଦେଇ କହିଛନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରାଯିବ ।

କୌଣସି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ବା ଅନୁଷ୍ଠାନର ଲୋଲୁପ ଦୃଷ୍ଟିକୁ ବରଦାସ୍ତ କରାଯିବନି । ସଂପୂର୍ଣ୍ଣ ସ୍ବଚ୍ଛତାର ସହ ରାଜ୍ୟ ସରକାରଙ୍କ ସମାନ ନୀତିରେ ଜମିର ସୁରକ୍ଷା କରାଯିବ । ହାଇକୋର୍ଟଙ୍କ ରାୟ ଆଗାମୀ ଦିନରେ ମାର୍ଗଦର୍ଶକ ସାଜିବ । ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମନ୍ଦିର ପ୍ରଶାସନ ବଦ୍ଧପରିକର ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

Leave a Reply

Your email address will not be published. Required fields are marked *