ଚାଳିତ ବର୍ଷ ସମ୍ବଲପୁର ଲୋକସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ ।ସ୍ବାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ଆବେଦନ ଆଧାରରେ ନୋଟିସ୍ ଦିଆଯାଇଥିବା ସୂଚନା । ତ୍ରୁଟିପୂର୍ଣ୍ଣ ନାମାଙ୍କନ ଦାଖଲ ଓ ଅଫିସ୍ ଅଫ୍ ପ୍ରଫିଟ ଅଭିଯୋଗ ଆଣିଛନ୍ତି ସୁବାସ ।

ସୂଚନା ମୁତାବକ; ଚଳିତବର୍ଷ ସମ୍ବଲପୁର ଲୋକସଭା ଆସନରେ ପ୍ରଚଣ୍ଡ ବହୁମତରେ ବିଜୟ ହାସଲ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହି ଆସନରେ ସ୍ଵାଧୀନ ଭାବେ ପ୍ରତିଦ୍ଵନ୍ଦ୍ଵିତା କରି ପରାଜିତ ହୋଇଥିବା ପ୍ରାର୍ଥୀ ସୁବାସ ମହାପାତ୍ର ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ଏକ ପିଟିସନ ଦାୟର କରିଥିଲେ। ତାହାକୁ ଆଧାର କରି ହାଇକୋର୍ଟ ନିର୍ବାଚିତ ପ୍ରାର୍ଥୀ ଧର୍ମେନ୍ଦ୍ରଙ୍କୁ ନୋଟିସ ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *