ଇସ୍ରାଏଲ ଶୁକ୍ରବାର ଦିନ ଲେବନାନର ରାଜଧାନୀ ବେରୁତରେ ଥିବା ହିଜବୁଲ୍ଲାର ମୁଖ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକ୍ କରିଛି।ଏହି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାର ମୃତ୍ୟୁ ଘଟିଛି । ଇସ୍ରାଏଲ ସେନା ପକ୍ଷରୁ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ; ଶୁକ୍ରବାର ବିଳମ୍ବିତ ରାତିରେ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟରେ ଗୋଟିଏ ପରେ ଗୋଟିଏ ଏୟାରଷ୍ଟ୍ରାଇକ୍‌ କରିଥିଲା । ଏଥିରେ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାର ମୃତ୍ୟ ହୋଇଥିବା କୁହାଯାଇଛି । ରିପୋର୍ଟରେ ଦାବି କରାଯାଉଛି ଯେ, ବିସ୍ଫୋରଣ ବେଳେ ନସରଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ଥିଲା । ହିଜବୁଲ୍ଲା ମୁଖ୍ୟାଳୟକୁ ଟାର୍ଗେଟ୍‌ କରିଥିଲା ଇସ୍ରାଏଲ ଏହି ଆକ୍ରମଣ କରିଥିଲା ।। ନସରଲ୍ଲା ଅନେକ ଇସ୍ରାଏଲ ନାଗରିକ ଏବଂ ସୈନିକଙ୍କ ହତ୍ୟାର ଅଭିଯୁକ୍ତ ଥିବା ସାଙ୍ଗକୁ ହଜାର ହଜାର ଆତଙ୍କବାଦୀ କାର୍ଯ୍ୟକଳାପର ମାଷ୍ଟରମାଇଣ୍ଡ ଥିଲା ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *