ଜମ୍ମୁ-କାଶ୍ମୀର କିସ୍ତୱାର ଜିଲ୍ଲାର ଚାସୋତିରେ ବାଦଲଫଟା ବର୍ଷାରେ ମୃତକଙ୍କ ସଂଖ୍ୟା ୩୩କୁ ବୃଦ୍ଧି । ଏହି ବାଦଲଫଟା ବର୍ଷାରେ ଏ ପର୍ଯ୍ୟନ୍ତ ୯୮ ଉଦ୍ଧାରଙ୍କ ମଧ୍ୟରୁ ୨୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ NDRF ମୁତୟନ କରାଯାଇଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଥିବା ସୂଚନା ମିଳିଛି । ଏହା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ମେଘ ଫାଟିବା ଘଟଣା ପରେ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିସ୍ତୱାଡ଼ର ଚାଶୋଟି ଅଞ୍ଚଳରେ ବାଦଲ ଫଟା ବର୍ଷାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବହୁ କ୍ଷତି ହେବାର ସମ୍ଭାବନା ରହିଛି ସୂଚନା ଯୋଗ୍ୟ; ବର୍ତ୍ତମାନ ମଚୈଲ ମାତାଙ୍କ ଯାତ୍ରା ଆରମ୍ଭ ହୋଇଛି । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାତାଙ୍କ ଦର୍ଶନ ପାଇଁ ଆସିଥାଆନ୍ତି । ଆଜି ପାଡ଼ର ଅଞ୍ଚଳର ଚଶୌଟୀ ଗ୍ରାମରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି । ବାଦଲ ଫାଟିବା ପରେ ପାଣିର ପ୍ରବଳ ସ୍ରୋତ ଆସି ସବୁକିଛି ଭସାଇ ନେଇଛି । କିସ୍ତୱାର ଚାସୋତି ଓ ପଦର ଅଞ୍ଚଳରେ ଏଭଳି ଅଘଟଣ ଘଟିଛି । ସେଠାରେ ଅନେକ ଶ୍ରଦ୍ଧାଳୁ ଶିବିରରେ ରହିଥିଲା ଜଣାପଡିଛି। ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କ ପ୍ରସାଦ ସେବନ ପାଇଁ ତମ୍ବୁ ଟଣା ଯାଇଥିଲା । ଭୀଷଣ ବର୍ଷାରେ ସୃଷ୍ଟି ହୋଇଥିବା ବନ୍ୟା ଜଳରେ ଉକ୍ତ ତମ୍ବୁ ଭାସିଯାଇଛି । ଏପରିକି ରାସ୍ତା ଉପରେ ଥିବା ଗାଡ଼ି ପ୍ରଖର ସ୍ରୋତରେ ମଧ୍ୟ ଭାସିଯାଇଛି । ଉକ୍ତ ସ୍ଥାନରେ ଗ୍ରାମ ବାସୀଙ୍କ ସମେତ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିବା ସୂଚନା ମିଳିଛି। Post navigation କଟକ ବୟାଳିଶ ମୌଜାରେ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଟାଟା ପାୱାର ପାଖରେ ବନ୍ଧା ପଡିଛି ମୋହନ ସରକାର: ପଞ୍ଚାନନ କାନୁନଗୋ